Breaking PLUSଓଡ଼ିଶାପାଣିପାଗମୁଖ୍ୟ ଖବର

ଏଥର ଖରା ଦିନରେ ଆଦୌ ପ୍ରଚଣ୍ଡ ଗରମ ହେବନି

ଅଗଷ୍ଟ ଭିତରେ ନିଉଟ୍ରାଲ୍‌ ଏଲ୍‌ ନିନା ସାଉଥର୍ଣ୍ଣ ଓସିଲେସନ୍‌ର ପ୍ରଭାବ ଯୋଗୁ ବର୍ଷା ହେବ ଓ ତାପମାତ୍ରା କମିପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ଡା. ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ।

ବିଶ୍ୱର ବିଭିନ୍ନ ପାଣିପାଗ ତଥା ଜଳବାୟୁ ଗବେଷଣା ସଂସ୍ଥା ଦ୍ୱାରା ସାମୁଦ୍ରିକ ଜଳପତ୍ତନର ଓ ବାୟୁମଣ୍ଡଳର ତାପମାତ୍ରାକୁ ନେଇ ବିଶ୍ଲେଷଣ କରୁଛନ୍ତି । ସେମାନଙ୍କ ତଥ୍ୟକୁ ବିଶ୍ଲେଷଣ କରି ପ୍ରଫେସର ପଶୁପାଳକ କହିଛନ୍ତି, ଏପ୍ରିଲ ମାସରେ ରାଜ୍ୟର ତାପମାତ୍ରା ସ୍ୱାଭାବିକ ରହିବ । ମେ ମାସରୁ ଜୁଲାଇ ଯାଏ ତାପମାତ୍ରା କମ୍‌ ରହିବାର ସମ୍ଭାବନା ୪୦ରୁ ୬୦% । ସେହିଭଳି ଏପ୍ରିଲରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା କମ୍‌ ହେବାର ସମ୍ଭାବନା ୪୦% । ମେ ଓ ଜୁନ୍‌ରେ ଅଧିକ ବର୍ଷା ସମ୍ଭାବନା ରହିଛି । ଜୁଲାଇ ମାସରେ ସ୍ୱାଭାବିକ ବର୍ଷା ହୋଇପାରେ । ଜୁନ୍‌ ମାସରେ ଅଧିକ ବର୍ଷା ଓ କମ୍‌ ତାପମାତ୍ରା ଦର୍ଶାଉଛି ଯେ ମୌସୁମୀର ପ୍ରଭାବ ଠିକ୍‌ ରହିବମେ ମାସରେ କମ୍‌ ଗରମ ସହ ମଝିରେ ମଝିରେ ବର୍ଷା ହୋଇପାରେ । କିନ୍ତୁ ଖ୍ୟାତନାମା ପତ୍ରିକା ‘ଡାଉନ୍‌ ଟୁ ଆର୍ଥ’ର ରିପୋର୍ଟ କହୁଛି, ଯେଉଁ ବର୍ଷ ଲା ନିନା ପ୍ରଭାବରେ ଶୀତ ପ୍ରକୋପ ଅଧିକ ରୁହେ ଓ ଲମ୍ବା ଚାଲେ, ସେହି ବର୍ଷ ଖରାଦିନେ ତାତିର ପ୍ରକୋପ ପ୍ରଚଣ୍ଡ ରୁହେ । ଯଦିଓ ଏହା ସ୍ୱଳ୍ପ ଅବଧି ପାଇଁ ସୀମିତ ରହିବ । ଏନଭର୍ଣ୍ଣମେଣ୍ଟ ରିସର୍ଚ୍ଚ ଲେଟର୍ସ-୨୦୧୮ରେ ଗବେଷଣାଭିତ୍ତିକ ତଥ୍ୟ ଦିଆଯାଇଛି ଯେ, ଲା ନିନା ଶୀତ ଦିନ ପରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅପେକ୍ଷାକୃତ କମ୍‌ ବର୍ଷା କରାଏ ।ବିଭିନ୍ନ ମଡେଲକୁ ଆଧାର କରି ପ୍ରଫେସର ପଶୁପାଳକ କହିଛନ୍ତି, ଖରା ଦିନେ ଅଧିକ ଗରମର ଆଶଙ୍କା ନାହିଁ । ତେବେ ମୌସୁମୀ ଆଗମନ ସମୟରେ ଭଲ ବର୍ଷା ହୋଇପାରେ । ସାମୁଦ୍ରିକ ଓ ବାୟୁମଣ୍ଡଳର ସ୍ଥିତି ଉପରେ ମୌସୁମୀ ବର୍ଷା ପ୍ରଭାବ ନିର୍ଭର କରେ । ତେବେ ବିଷୁବ ମଣ୍ଡଳୀୟ ପ୍ରଶାନ୍ତ ମହାସାଗରର ତାପମାତ୍ରା ଉପରେ ନିର୍ଭର କରୁଥିବା ଏନଏସ୍‌ଓ (ଏଲ୍‌ ନିନା ସାଉଥର୍ଣ୍ଣ ଓସିଲେସନ୍‌), ଇଣ୍ଡିଆନ୍‌ ଓସନ୍‌ ଡାଇପୋଲ୍‌ (ଆଇଓଡି) ଏବଂ ଏମଜେଓ ମେଡେନ୍‌ ଜୁଲିଅନ୍‌ ଓସିଲେସନ୍‌) ଯୋଗୁ ଖରା ଓ ବର୍ଷାର ପ୍ରଭାବ କମ୍‌ ବା ବେଶି ହୁଏ । ଆଉ କିଛି କ୍ଷେତ୍ରରେ ଉତ୍ତର ଭାରତ ମହାସାଗରରେ ବାତ୍ୟା ସୃଷ୍ଟି ହେଲେ ମୌସୁମୀ ବର୍ଷା ପ୍ରଭାବିତ ହୁଏ ।

ଫେବ୍ରୁୟାରୀ ଯାଏ ପଶ୍ଚିମା ଝଡ଼ର ପ୍ରଭାବ ରୁହେ । ଖରା ଦିନେ ବର୍ଷା ଓ ଗରମ ମଧ୍ୟ ଏହାଦ୍ୱାରା ବଦଳିଥାଏ । ଫେବ୍ରୁଆରୀ ମାସରେ ବାୟୁମଣ୍ଡଳର ଯେଉଁ ସ୍ଥିତି ରହିଛି ଏହା ଉପରେ ପୂର୍ବାନୁମାନ କରି ପ୍ରଫେସର ପଶୁପାଳକ କହିଛନ୍ତି, ବିଷୁବ ମଣ୍ଡଳୀୟ କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରରେ ଜଳପତ୍ତନର ତାପମାତ୍ରା କମ୍‌ ରହିଛି । ଏଥିଯୋଗୁ ଲା-ନିନାର ପ୍ରଭାବ ରହୁଛି । ଏପ୍ରିଲ ମାସରେ ବି ଲା-ନିନାର ପ୍ରଭାବ ରହିବ । ମେ ମାସରୁ ଅଗଷ୍ଟ ଯାଏ କେନ୍ଦ୍ରୀୟ ପ୍ରଶାନ୍ତ ମହାସାଗରରେ ଜଳପତ୍ତନର ତାପମାତ୍ରା ବଢ଼ିବ । ଏଥିପାଇଁ ନିଉଟ୍ରାଲ୍‌ ଇନଏସ୍‌ଓ ରହିବ । ଉଭୟ ଲା-ନିନା ଓ ନିଉଟ୍ରାଲ୍‌ ଇନଏସ୍‌ଓ ପ୍ରଭାବରେ ବର୍ଷା ଅଧିକ ହୁଏ । ଫଳରେ ତାପମାତ୍ରା କମିବ ବୋଲି ସେ ଆକଳନ ଲଗାଇଛନ୍ତି ।

Show More

Related Articles

Back to top button