Breaking PLUSଓଡ଼ିଶାଦେଶମୁଖ୍ୟ ଖବରଶିକ୍ଷା

ଏସ.ଭି.ଏମ କଲେଜର+୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ପରୀକ୍ଷା ବାତିଲ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ଏ ନେଇ ଆଜି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଛାତ୍ରଛାତ୍ରୀ

ଜଗତସିଂହପୁର ଏସ.ଭି.ଏମ କଲେଜର +୩ ପ୍ରଥମ ବର୍ଷର ପ୍ରଥମ ସେମିଷ୍ଟର ପରୀକ୍ଷା ବାତିଲ ପାଇଁ ଦାବି । ଏ ନେଇ ଆଜି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଛାତ୍ରଛାତ୍ରୀ । ନିର୍ବାଚନ ସମୟରେ ଶିକ୍ଷକମାନେ ବ୍ୟସ୍ତ ରହି ଠିକ୍ ସମୟରେ ପାଠ ପଢାଇ ନାହାନ୍ତି । ଏବେ ହାତରେ ଆଉ ଅଳ୍ପ କିଛି ଦିନ ସମୟ ରହିଥିବା ବେଳେ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଠିକ୍ ସମୟରେ ପାଠ ପଢ଼ି ପାରିନଥିବାରୁ ଆଉ କିଛି ଦିନ ପାଇଁ ପରୀକ୍ଷା ତାରିଖ ବାତିଲ କରିବାକୁ ଜିଲ୍ଲାପାଳଙ୍କୁ ଛାତ୍ରଛାତ୍ରୀ ନିବେଦନ କରିଛନ୍ତି । ଜଣେ ଛାତ୍ରୀ କହିଛନ୍ତି ଯେ ଦୁଇ ଦିନ ହେଲା ଆମର ପାଠ ପଢା ଆରମ୍ଭ ହୋଇଛି । କିଛି ଦିନ ଧରି ରେଗୁଲାର କ୍ସାଲ ହେଉନଥିଲା । ହେଲେ ଏବେ ଏପ୍ରିଲ 18 ତାରିଖରେ ପରୀକ୍ଷା କରିବାକୁ ଘୋଷଣା ହୋଇଛି । ହେଲେ ଏବେ ଆମେ ପ୍ରସ୍ତୁତ ନୁହଁ । ଆଉ କିଛିଦିନ ପାଠପଢା ହେଲେ ତା ପରେ ପରୀକ୍ଷା ଦେବୁ ବୋଲି ଦାବୀ କହିଛନ୍ତି ଛାତ୍ରଛାତ୍ରୀ ।

Show More

Related Articles

Back to top button