Breaking PLUSଓଡ଼ିଶାଦେଶମୁଖ୍ୟ ଖବରରାଜନୀତି

ଶ୍ରୀମନ୍ଦିରର ସ୍ଥିତିକୁ ନେଇ ପୂରା ବିଶ୍ୱ ଚିନ୍ତିତ

ଓଡିଶା ସହ ପୂରା ବିଶ୍ୱ ଚିନ୍ତାରେ ଅଛି ।

କୋଟିକୋଟି ଜଗନ୍ନାଥପ୍ରେମୀଙ୍କ ମନରେ ଏକ ପ୍ରଶ୍ନ ଉଙ୍କିମାରୁଛି । ସୁରକ୍ଷିତ ଅଛି ତ ଶ୍ରୀମନ୍ଦିର? ସୁନ୍ଦର କରିବା ନାଁରେ ସବୁକିଛି ସାରିଦେବେନି ତ? ଅନେକ ଶ୍ରୀମନ୍ଦିର ହେରିଟେଜ୍ ପ୍ରକଳ୍ପ ନାଁରେ ଚାଲିଥିବା କାମକୁ ନୂଆଯୁଗର କଳାପାହାଡ଼ ସହ ବି ତୁଳନା କଲେଣି । ଏହାରି ଭିତରେ ସମୟ ଆସିଛି, ଭାବାବେଗ ସହ ଶ୍ରୀମନ୍ଦିରର ସୁରକ୍ଷାକୁ ସମାନ ଓ ସର୍ବାଧିକ ଗୁରୁତ୍ୱ ଦିଅନ୍ତୁ ରାଜ୍ୟ ସରକାର । ସଂସଦରେ ବିଜେଡି ସାଂସଦଙ୍କ କଥାରେ ରହୁନି ତାଳମେଳ । ସେପଟେ ଶ୍ରୀମନ୍ଦିରର ନାଟମଣ୍ଡପ, ଜୟବିଜୟ ଦ୍ୱାର, ବେହରଣ ଦ୍ୱାର ଓ ରତ୍ନଭଣ୍ଡାର ଛାତ ଓ କାନ୍ଥରେ ଫାଟ ଦେଖିପାରୁଛନ୍ତି ତ ସାଂସଦ ପିନାକୀ ମିଶ୍ର ଓ ରାଜ୍ୟ ସରକାର । ପୁରୀବାସୀ କହୁଛନ୍ତି ସୁନ୍ଦରତା ନାଁରେ ସବୁକିଛି ସାରିଦେବେନି ତ? ଶ୍ରୀମନ୍ଦିର ସୁରକ୍ଷା ପ୍ରତି ବିପଦ ଏକଥା ସମସ୍ତେ ଜାଣୁଛନ୍ତି । ମେଘନାଦ ପାଚେରୀର ୧୦୦ ମିଟର ନିଷିଦ୍ଧାଞ୍ଚଳରେ ନିର୍ମାଣ ହୋଇପାରିବନି । କିନ୍ତୁ ସେଠାରେ ବଡ଼ ବଡ଼ ଗାତ ଖୋଳି କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗ ସହ ଖେଳୁଛନ୍ତି । ସହରବାସୀଙ୍କଠୁ ନେଇ ସୋସିଆଲ ମିଡିଆ । ଓଡ଼ିଶା ସହ ପୂରା ବିଶ୍ୱ ଆଜି ଶ୍ରୀମନ୍ଦିରର ସ୍ଥିତିକୁ ନେଇ ଚିନ୍ତିତ ।

Show More

Related Articles

Back to top button