Breaking PLUSଅପରାଧଦୁର୍ଘଟଣାମୁଖ୍ୟ ଖବର

ମାନସଙ୍କ ଘରେ ପହଞ୍ଚିଛି କ୍ରାଇମବାଞ୍ଚ୍ ଟିମ୍

ଆଜି କ୍ରାଇମବ୍ରାଞ୍ଚ୍ ଟିମ୍ ନୟାଗଡ ରଣପୁରରେ ମାନସଙ୍କ ଘରେ ପହଁଞ୍ଚିଛନ୍ତି ।

କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ହତ୍ୟାକାଣ୍ଡ ମାମଲା କ୍ରାଇମବ୍ରାଞ୍ଚ୍ ଟିମ୍ ତନାଘନା ଜାରି ରଖିଛି । ଆଜି କ୍ରାଇମବ୍ରାଞ୍ଚ୍ ଟିମ୍ ନୟାଗଡ ରଣପୁରରେ ମାନସଙ୍କ ଘରେ ପହଁଞ୍ଚିଛନ୍ତି । ମାନସଙ୍କ ପରିବାର ସହ ଆଲୋଚନା କରିଛନ୍ତି କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍ । ମାନସଙ୍କ ମିଳିଥିବା ଚପଲ ଓ ଇୟରଫୋନକୁ ନେଇ ଏହା ମାନସଙ୍କର କି ନୁହେଁ ସେନେଇ ମାନସଙ୍କ ପରିବାରକୁ ପଚାରିଛି କ୍ରାଇମବ୍ରାଞ୍ଚ ଟିମ୍। ଯେତେବେଳେ ମାର୍ଚ୍ଚ ୩୧ ତାରିଖରେ ମାନସଙ୍କ ଚପଲ ଚଣ୍ଡିଖୋଲ-ଡୁବୁରୀ ଏକ୍ସପ୍ରେସ ହାଇୱେ ନିକଟ ଶଙ୍ଖାରିଗଡ଼ାରେ ଠାବ ହୋଇଥିଲା । ସେ ସମୟରେ କ୍ରାଇମବ୍ରାଞ୍ଚ ଟିମ୍ ମାନସ ସ୍ୱାଇଁଙ୍କ ପରିବାର ସହ ଯୋଗାଯୋଗ କରିଥିଲେ । ଫେବୃଆରୀ ୭ ତାରିଖ ଦିନ ଶର୍ମିଷ୍ଠା ମାନସ ସ୍ୱାଇଁଙ୍କୁ ଚାନ୍ଦବାଲି ପଳାସପୁରରୁ ଅପରହଣ କରିନେଇଥିଲା । ଏହି ସମୟରେ ଶର୍ମିଷ୍ଠାଙ୍କୁ ନିରଞ୍ଜନ , ଝୁନା ଭୋଇ, ନିଲୁ, ରଞ୍ଜନ ସାହଯୋଗ କରିଥିଲେ ।ଏହି ଘଟଣା ନେଇ ସମସ୍ତ ଅଭିଯୁକ୍ତ ମାନଙ୍କୁ କ୍ରାଇମବ୍ରାଞ୍ଚ ପଚରା ଉଚରା ଜାରି କରିଛି । କ୍ରାଇମବ୍ରାଞ୍ଚି ଟିମ୍ ସମସ୍ତ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ବୃଦ୍ଧି କରିବା ପାଇଁ ଜେଏମଏଫସି କୋର୍ଟରେ ଆବେଦନ କରିଥିଲେ । ହେଲେ ଝୁନା ଓ ଶର୍ମିଷ୍ଠାଙ୍କୁ ତିନି ଦିନିଆ ରିମାଣ୍ଡ ଅନୁ୍ମତି ଦେଇଥିଲା କୋର୍ଟ । ହେଲେ ନିରଞ୍ଜନ ଓ ରଞ୍ଜନ ଭଦ୍ରକ ଜେଲରେ ରହିଛନ୍ତିା । ହତ୍ୟାକାଣ୍ଡର କାରଣ ଜାଣିବା ପାଇଁ ଅଧିକ ଖୋଳତାଡ ଜାରି ରଖିଛି କ୍ରାଇମବ୍ରାଞ୍ଚ୍ ଟିମ୍ ।

Show More

Related Articles

Back to top button