ଅପରାଧଆଇନ କାନୁନଦେଶସ୍ୱତନ୍ତ୍ର

ଫୁଡ୍ ଆପରେ ଡ୍ରଗ୍ସ ଯୋଗାଣ , ୮ ଗିରଫ

ଫୁଡ୍ ଆପରେ ଡ୍ରଗ୍ସ ଯୋଗାଣ । ସ୍ବତନ୍ତ୍ର ବ୍ୟାଗରେ ଫିଲ୍ମ ଷ୍ଟାଇଲରେ ସ୍କୁଲ, କଲେଜ, ମ୍ୟାନେଜମେଣ୍ଟ କଲେଜକୁ ଟାର୍ଗେଟ କରି ହେଉଥିଲା ଡ୍ରଗ୍ସ ଯୋଗାଣ । ନିଶା ନିବାରଣ ଟାସ୍କ ଫୋର୍ସ ପକ୍ଷରୁ ରାଜଧାନୀ ଦିଲ୍ଲୀରେ ଏହି ଚଢ଼ାଉ କରାଯାଇଛି । ଏଥିରେ ବହୁ ପରିମାଣର ଡ୍ରଗ୍ସ ଜବତ କରାଯାଇଛି । ଏହି ଘଟଣାରେ ରାଜଧାନୀ ଦିଲ୍ଲୀରେ ୮ ଜଣ ଯୁବକଙ୍କୁ ଗିରଫ କରିଛି ପୋଲିସ ।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ୮ ଅଭିଯୁକ୍ତ ହେଲେ ବିବିଏ, ଏମବିଏ, ଆଇଆଇଏମ, ବିଟେକ, ଆଇଆଇଟି ଏବଂ ଫ୍ୟାଶନ ଡିଜାଇନ ଆଦି ପାଠ୍ୟକ୍ରମର ଡ୍ରପ୍‌ ଆଉଟ୍‌ ଛାତ୍ର ବୋଲି। ସେମାନେ ଫୁଡ୍‌ ଆପ ମାଧ୍ୟମରେ ଡ୍ରଗ୍ସ ଯୋଗାଉଥିଲେ। ଚଢ଼ାଉରେ୨୮ ବ୍ଲଟ ଏଲଏଡି ପେପର, ୮୪ ଗ୍ରାମ ମାରିଜୁଆନା, ହାସିସ୍‌ ଆଦି ଜବତ ହୋଇଛି। ଜବତ ହୋଇଥିବା ନିଶା ସାମଗ୍ରୀର ମୂଲ୍ୟ କୋଟିଏରୁ ଅଧିକ ଟଙ୍କା ବୋଲି ବୋଲି କୁହାଯାଉଛି ।

Show More

Related Articles

Back to top button