ଓଡ଼ିଶାଶିକ୍ଷା

ଭୂଗୋଳ ବହିର ମାଛକୁଣ୍ଡ ଜଳ ପ୍ରପାତ କୁ ନେଇ ଥିବା ତ୍ରୁଟିର ହେଲା ସମାଧାନ

 ତ୍ରୁଟିର ହେଲା ସମାଧାନ । ଦଶମ ଶ୍ରେଣୀ ଭୂଗୋଳ ବହିର ମାଛକୁଣ୍ଡ ଜଳ ପ୍ରପାତ କୁ ନେଇ ଥିବା ତ୍ରୁଟିର ହେଲା ସମାଧାନ । ଏନେଇ ସମଗ୍ର ରାଜ୍ୟରେ ଚର୍ଚ୍ଚା ଲାଗି ରହିଥିବାବେଳେ ବର୍ତ୍ତମାନ ରାଜ୍ୟ ସରକାର ଏହାର ସମାଧାନ କରିଛନ୍ତି । ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସଠିକ୍‌ ତଥ୍ୟ ପଢ଼ାଇବାକୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏଣିକି ପିଲା ଠିକ୍ ପାଠ ପଢିବେ ।

ଦଶମ ଶ୍ରେଣୀ ଭୂଗୋଳ ବହିର ପୃଷ୍ଠା ନମ୍ବର ନମ୍ବର ୬୯ର ସାରଣୀ ୧୬ରେ ମାଛକୁଣ୍ଡ ଜଳପ୍ରପାତ ଓଡ଼ିଶାର ନୁହେଁ ବରଂ ଆନ୍ଧ୍ର ପ୍ରଦେଶର ବୋଲି ପ୍ରକାଶ ପାଇଥିଲା। ୨୦୧୮ରେ ପ୍ରକାଶିତ ପୁସ୍ତକରେ ଏହି ତ୍ରୁଟି ହୋଇଥିଲେ ମଧ୍ୟ ଚଳିତ ବର୍ଷ ପର୍ଯ୍ୟନ୍ତ ତାହା ବଳବତ୍ତର ଥିଲା। ଏବେ ନଜରକୁ ଆସିବା ପରେ ଏହି ତ୍ରୁଟିକୁ ସଂଶୋଧନ କରାଯାଇଛି। ତ୍ରୁଟିକୁ ସୁଧାରିବା ପରେ ଏବେ ମାଛକୁଣ୍ଡ ଜଳ ବିଦ୍ୟୁତ୍‌ ଶକ୍ତି କେନ୍ଦ୍ର ଉଭୟ ଆନ୍ଧ୍ର ଓ ଓଡ଼ିଶାରେ ଥିବା ନେଇ ପଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ପୃଷ୍ଠା ନମ୍ବର ୬୫ରେ ବାଲିମେଳାକୁ ତାପଜ ବିଦ୍ୟୁତ କେନ୍ଦ୍ର ପରିବର୍ତ୍ତେ ଜଳ ବିଦ୍ୟୁତ ଶକ୍ତି କେନ୍ଦ୍ର ଭାବେ ପଢାଇବାକୁ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅଗଷ୍ଟ ୨୬ରେ ବିଏସଇ ପକ୍ଷରୁ କରାଯାଇଥିବା ଏହି ଚିଠିରେ ସବୁ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ନିଜ ନିଜ ଅଞ୍ଚଳରେ ରହିଥିବା ସ୍କୁଲରେ ଠିକ ଭାବେ ପଢାଇବାକୁ କୁହାଯାଇଛି ।

ଗତ ୪ ବର୍ଷ ଧରି ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଏପରି  ଭୁଲ୍‌ ପାଠ ପଢ଼ୁଥିବା ବେଳେ କିଛି ମାସ ପୂର୍ବେ କୋରାପୁଟ ବ୍ଲକର ମହାଦେଇପୁଟ ଉଚ୍ଚ ବିଦ୍ୟାଳୟର ଭୂଗୋଳ ଶିକ୍ଷକ ଏହି ଭୁଲ୍‌କୁ ଚିହ୍ନଟ କରିଥିଲେ। ସେ ଏହାକୁ ସଂଶୋଧନ କରି ନିଜ ଛାତ୍ରଛାତ୍ରୀଙ୍କୁ ପଢ଼ାଉଥିଲେ। ଏହାବାଦ ଏନେଇ ସେ ନିଜ ପ୍ରଧାନ ଶିକ୍ଷକ ଏବଂ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଅବଗତ କରାଇଥିଲେ। ଏହା ଧୀରେ ଧୀରେ ପ୍ରଚାରିତ ହେବା ପରେ ଏହାକୁ ନେଇ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ମହଲରେ ଅସନ୍ତୋଷ ବୃଦ୍ଧି ପାଇଥିଲା। ଶେଷରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ତ୍ରୁଟିକୁ ସଂଶୋଧନ କରିଦିଆଯାଇଛି।

 

Show More

Related Articles

Back to top button