ଓଡ଼ିଶାମୁଖ୍ୟ ଖବରଶିକ୍ଷା

ଚଳିତ ସପ୍ତାହରେ ପ୍ରକାଶ ପାଇବ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ରେଜଲ୍ଟ

ଭୁବନେଶ୍ୱର : ଚଳିତ ସପ୍ତାହରେ ପ୍ରକାଶ ପାଇବ ଓଡ଼ିଶା ପ୍ରଶାସନିକ ସେବା ଲିଖିତ ପରୀକ୍ଷା ଫଳ । ୨୦୨୧ ଅଗଷ୍ଟ ୨୭ତାରିଖରେ ୩୯୨ଟି ପଦବୀ ନିମନ୍ତେ ଓସିଏସ୍‌-୨୦୨୦ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ ସତ୍ୟଜିତ୍ ମହାନ୍ତି ଆଜି ଏନେଇ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା-୨୦୨୦ର ଲିଖିତ ପରୀକ୍ଷା ଫଳ ଚଳିତ ସପ୍ତାହ ଶେଷସୁଦ୍ଧା ପ୍ରକାଶ ପାଇବ। କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ସେପ୍ଟେମ୍ବର ତୃତୀୟ ସପ୍ତାହରେ ସାକ୍ଷାତକାର ନିମନ୍ତେ ଡକାଯିବ । ଅଧିକ ତଥ୍ୟ ଆୟୋଗଙ୍କ ୱେବସାଇଟରେ ଉଲ୍ଲେଖ ରହିଛି ବୋଲି ଶ୍ରୀ ମହାନ୍ତି ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ୨୦୨୦ ମସିହାରେ ୩୯୨ଟି ପ୍ରଶାସନିକ ସେବା ପଦବୀ ନିମନ୍ତେ ପ୍ରିଲିମିନାରୀ ପରୀକ୍ଷା ୨୦୨୧ ଅଗଷ୍ଟ ୨୭ତାରିଖରେ ହୋଇଥିଲା । ଏହାର ଫଳ ୨୦୨୧ ନଭେମ୍ବର ମାସରେ ପ୍ରକାଶ ପାଇବା ପରେ ମେନ୍ (ଲିଖିତ) ପରୀକ୍ଷା ୨୦୨୨ ଜାନୁୟାରୀରୁ ଫେବୃୟାରୀ ୫ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଚଳିତ ସପ୍ତାହରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇବ ତଥା ସେପ୍ଟେମ୍ବର ତୃତୀୟ ସପ୍ତାହରେ ସଫଳ ପରୀକ୍ଷାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯିବ ବୋଲି ସୂଚନା ମିଳିଛି ।

Show More

Related Articles

Back to top button