Breaking PLUSଅପରାଧଆଇନ କାନୁନଓଡ଼ିଶାମୁଖ୍ୟ ଖବର

ଭୁବନେଶ୍ୱରରେ ପୁଣି ଜଣେ ବିଟେକ୍ ଛାତ୍ରୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର : ରାଜଧାନୀରେ ପୁଣି ଜଣେ ବିଟେକ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଚନ୍ଦ୍ରଶେଖରପୁର ରେଲୱେ କଲୋନୀ଼ରେ ଥିବା ଏକ ଘରୁ ଉଦ୍ଧାର କରାଯାଇଛି। ମୃତ ଛାତ୍ରୀ ଜଣଙ୍କ ବିଟେକ ପାସ୍‌ କରିଥିଲେ। ତାଙ୍କ ନାଁ ଆର.ଏନ୍.ନିୟତି ନାୟକ। ବୟସ ୨୪ ବର୍ଷ । ତେବେ ଛାତ୍ରୀ ଜଣଙ୍କ କାହିଁକି ଆତ୍ମହତ୍ୟା କଲେ ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ ପାରିବାରିକ କଳହରୁ ଏହି ଅଘଟଣ ଘଟିଥିବା କୁହାଯାଉଛି।  ଛାତ୍ରୀଙ୍କ ବାପା ସିଗ୍ନାଲ ସେକ୍ସନ ଇଂଞ୍ଜିନିୟର ଭାବେ କାର୍ଯ୍ୟ କରନ୍ତି। ତାଙ୍କ ମା ଜଣେ ଡାକ୍ତର। ତେବେ ସାନ ଭଉଣୀର ଦେହ ଅସୁସ୍ଥ ଥିବାରୁ ପରିବାର ଲୋକେ ଗତକାଲି ତାଙ୍କୁ  ଡାକ୍ତରଖାନା ନେଇ ଯାଇଥିଲେ। ଏହି ସମୟରେ ନିୟତି ଘରେ ଏକୁଟିଆ ରହୁଥିଲେ। ସେହି ସମୟରେ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ନିୟତି ସମ୍ବଲପୁର ବୁର୍ଲାରେ ବିଟେକ୍ ପାସ କରିଥିଲେ। ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ପୁଲିସ୍ ଏହାର ତଦନ୍ତ ଆରମ୍ଭ କରିଛି। ଆଜି ତାଙ୍କର ସବ ବ୍ୟବଚ୍ଛେଦ ହେବ ବୋଲି ସୂଚନା ମିଳିଛି। ସେହିପରି କିଛି ମାସ ତଳେ ବିଜେବି କଲେଜର ଯୁକ୍ତ ୩ ଛାତ୍ରୀ ରୁଚିକା ମହାନ୍ତି ହଷ୍ଟେଲ୍‌ ରୁମ୍‌ରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ।। ସିନିଅର ଛାତ୍ରୀଙ୍କ ନିର୍ଯାତନା ସହି ନପାରି ରୁଚିକା ଆତ୍ମହତ୍ୟା କରିଥିବା ସୁଇସାଇଡ୍‌ ନୋଟ୍‌ରେ ଲେଖିଥିଲେ।। ସେହିପରି ଆଚାର୍ଯ୍ୟ ବିହାରରେ ଥିବା ଏକ ଭଡ଼ା ଘରୁ ଏହି ଇଞ୍ଜିନିୟରିଂ ଛାତ୍ରୀ ଆଶ୍ରିତା ସେନାପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।

Show More

Related Articles

Back to top button