ଓଡ଼ିଶାଦେଶସ୍ୱତନ୍ତ୍ର

କଲେଜକୁ ଗାଡ଼ି ଆଣିପାରିବେ ନାହିଁ ୧୮ବର୍ଷରୁ କମ୍‌ ବୟସର ଛାତ୍ରଛାତ୍ରୀ

ଏଣିକି କଲେଜକୁ ଗାଡ଼ି ଆଣିପାରିବେ ନାହିଁ ୧୮ବର୍ଷରୁ କମ୍‌ ବୟସର ଛାତ୍ରଛାତ୍ରୀ । କଲେଜ କ୍ୟାମ୍ପସ ଭିତରକୁ ବାଇକ୍‌ ଓ ସ୍କୁଟି ଆଣିବା ଏବଂ ଚଳାଇବାକୁ ବାରଣ କରାଯାଇଛି। ଏଭଳି କଟକଣା ଲଗାଯାଇଛି ବାଲେଶ୍ୱର ଜିଲ୍ଲା ଫକୀର ମୋହନ ଜୁନିୟର କଲେଜରେ । ଏନେଇ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍ ମାଧ୍ୟମରେ ନୋଟିସ ପଠାଇଛନ୍ତି କଲେଜ ଅଧ୍ୟକ୍ଷ।

ତେଣୁ ଯାଞ୍ଚ ପାଇଁ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କୁ ନେଇ ୨୦ଜଣିଆ ସ୍କ୍ୱାଡ୍ ଗଠନ କରାଯାଇଛି। ଯାଞ୍ଚ ସମୟରେ ୧୮ ବର୍ଷରୁ କମ୍‌ ବୟସର କୌଣସି ଛାତ୍ରଛାତ୍ରୀ ଯଦି ଲାଇସେନ୍ସ ନଥାଇ କଲେଜ ପରିସରରେ ସ୍କୁଟି କିମ୍ବା ବାଇକ୍‌ ଚଳାଇବା ବେଳେ ଧରାପଡ଼ନ୍ତି ତା’ହେଲେ ସେମାନଙ୍କ ଗାଡ଼ିକୁ ଅଟକ ରଖାଯିବ। ଏହାସହ ସେମାନଙ୍କ ଅଭିଭାବକଙ୍କୁ ଏସମ୍ପର୍କରେ ଅବଗତ କରାଯିବ।

କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପୁଣିଥରେ କଲେଜ ପରିସରକୁ ଗାଡ଼ି ନଆଣିବାକୁ ଲିଖିତ ପ୍ରତିଶ୍ରୁତି ମିଳିବା ପରେ ହିଁ ଗାଡ଼ି ଦିଆଯିବ । ଶୈକ୍ଷିକ ବାତାବରଣରେ ପ୍ରଗତି ଓ ଛାତ୍ରଛାତ୍ରୀମାନେ ଅଧ୍ୟୟନରେ କିଭଳି ଭାବେ ଅଧିକରୁ ଅଧିକ ସମୟ ଦେବେ ଏହାକୁ ଦୃଷ୍ଟିରେ ରଖି ଏଭଳି କଟକଣା ଲଗାଯାଇଛି।

Show More

Related Articles

Back to top button