ଆଇନ କାନୁନଓଡ଼ିଶାଦୁର୍ଘଟଣାମୁଖ୍ୟ ଖବର

ଭାରସାମ୍ୟ ହରାଇ ଯୁବକଙ୍କ ଉପରେ ଓଲଟିଲା ଲୁହାପଥର ବୋଝେଇ ଟ୍ରଲର

ଚମ୍ପୁଆ : ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଯୁବକଙ୍କ ଉପରେ ଓଲଟି ପଡ଼ିଲା ଲୁହାପଥର ବୋଝେଇ ଟ୍ରଲର। ଆଉ ଲୁହା ପଥର ଗୁଣ୍ଡ ତଳେ ଚାପି ହୋଇ ଚାଲିଗଲା ଯୁବକଙ୍କ ଜୀବନ। ଅନ୍ୟ ଜଣେ ଛାତ୍ରୀ ଗୁରୁତର ଆହତ ହୋଇ ମେଡ଼ିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଆଜି ଅପରାହ୍ନରେ ଏପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କେନ୍ଦୁଝର ଜିଲ୍ଲା ଯୋଡ଼ା ଡିଏଭି ସ୍କୁଲ ସମ୍ମୁଖରେ ଘଟିଛି। ଯୋଡ଼ା ଡିଏଭି ସ୍କୁଲ ଛୁଟି ହେବା ପରେ ପରିବାର ଲୋକଙ୍କୁ ଅପେକ୍ଷା କରିଥିଲେ ସ୍ମୃତି କ୍ରିଷ୍ଣା ଗୋପ୍। ତାଙ୍କ ପାଖରେ ଗାଡ଼ିକୁ ଅପେକ୍ଷା କରିଥିଲେ ଅଭିଶେକ ଗୁପ୍ତା ନାମକ ଜଣେ ଠିକା କମ୍ପାନୀ କର୍ମଚାରୀ। ଠିକ୍‌ ସେହି ସମୟରେ ବଡ଼ବିଲ୍‌ରୁ ଯୋଡ଼ା ଅଭିମୁଖେ ଯାଉଥିବା ଏକ ଲୁହା ପଥର ବୋଝେଇ ଟ୍ରଲର ଡିଏଭି ସ୍କୁଲ ସମ୍ମୁଖରେ ଓଲଟି ପଡ଼ିଥିଲା। ଟ୍ରଲରଟି ସେମାନଙ୍କ ଉପରେ ପଡ଼ିଥିଲା। ଫଳରେ ଲୁହା ପଥର ଭିତରେ ଗୁଣ୍ଡ ତଳେ ଚାପି ହୋଇଥିଲେ ଅଭିଶେକ ଓ ସ୍କୁଲ ଛାତ୍ରୀ ଜଣକ। ସ୍ଥାନୀୟ ଲୋକେ ଝିଅଟିକୁ ବାହାର କରିଦେଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଯୋଡ଼ା ଟାଟା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଅନ୍ୟପକ୍ଷରେ ଟ୍ରକ୍‌ ତଳେ ଚାପି ହୋଇଯାଇଥିବା ଅଭିଶେକଙ୍କୁ ବାହାର କରିପାରିନଥିଲେ। ସ୍ଥାନୀୟ ଲୋକେ ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଜେସିବି ମାଧ୍ୟମରେ ଲୁହା ଗୁଣ୍ଡ ବାହାର କରି ଅଭିଶେକଙ୍କୁ ଉଦ୍ଧାର କରିଥିଲେ। ସେତେବେଳକୁ ଅଭିଶେକଙ୍କ ମୃତ୍ୟୁ ହୋଇସାରିଥିଲା। ପୁଲିସ ଅଭିଶେକଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି। ଲୁହା ପଥର ବୋଝେଇ ଟ୍ରେଲ୍‌ରକୁ ଜବତ କରିଛି। ସେପଟେ ଦୁର୍ଘଟଣା ଘଟାଇଥିବା ଟ୍ରଲର ଚାଳକ ସେଠାରୁ ଫେରାର ହୋଇଯାଇଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ଅଭିଶେକଙ୍କ ଘର ରାଜ୍ୟ ବାହାରେ ହୋଇଥିବା ବେଳେ ଏଠାରେ ଏକ କମ୍ପାନୀରେ ଠିକା କର୍ମଚାରୀ ଭାବେ କାମ କରୁଥିଲେ। ସେପଟେ ଆହତ ହୋଇଥିବା  ସ୍ମୃତି କ୍ରିଷ୍ଣା ଗୋପ୍ ଯୋଡ଼ା ମୁଖାର୍ଜୀ ହଟିଂ ଅଞ୍ଚଳରେ ବୋଲି ସୂଚନାମିଳିଛି।

Show More

Related Articles

Back to top button