ଦେଶ ବିଦେଶସ୍ୱତନ୍ତ୍ର

ଚାଇନାରେ ୪୨ବିଶିଷ୍ଟ ଟେଲିକମ୍‌ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ

ଚାଇନାରେ ଭୟଙ୍କର ଅଗ୍ନିକାଣ୍ଡ । ଶୁକ୍ରବାର ଚାଇନାର ଦକ୍ଷିଣ ପ୍ରାନ୍ତ ହୁନାନର ରାଜଧାନୀ ଚାଙ୍ଗସା ସହରର ଏକ ୪୨ବିଶିଷ୍ଟ ଟେଲିକମ୍‌ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ କେତେ ଆହତ ହୋଇଛନ୍ତି ଏବଂ କେତେକ ମୃତ୍ୟୁବରଣ କରିଛନ୍ତି ,ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଅପରାହ୍ନ ସାଢ଼େ ୪ଟାରେ  ଲାଗିଯାଇଥିଲା। ଚାଇନାର ଦକ୍ଷିଣ ପ୍ରାନ୍ତ ହୁନାନର ରାଜଧାନୀ ଚାଙ୍ଗସା ସହରର ଏକ ୪୨ବିଶିଷ୍ଟ ଟେଲିକମ୍‌ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ନିଆଁ ଏତେ ଜୋରରେ ବ୍ୟାପିଥିଲା ଯେ, ଚାହୁଁ ଚାହୁଁ ଅନ୍ୟ ମହଲାରେ ବି ନିଆଁ ଲାଗିଯାଇଥିଲା। ଖବରପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ତଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏଥିସହ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି। ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଘଟଣାସ୍ଥଳରେ ୩୬ଟି ଦମକଳ ଗାଡ଼ି ଏବଂ ୨୮୦ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

Show More

Related Articles

Back to top button