ଓଡ଼ିଶା

ସହରାଞ୍ଚଳ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ

ସହରାଞ୍ଚଳର ଡ୍ରେନେଜ୍ ସମସ୍ୟାର ସମାଧାନ ପାଇଁ ବିଧାନସଭା ଷ୍ଟାଣ୍ଡିଂ କମିଟିର ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ବିଧାୟକ ପ୍ରଫୁଲ ସାମଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିବା ବେଳେ ରାଜ୍ୟର ସମସ୍ତ ସହରାଚଂଳରେ ମୁକୁଳା ପଡିଥିବା ଡ୍ରେନରେ ସ୍ଲାବ ପକାଇବାକୁ ନିଷ୍ପତି ହୋଇଛି । ସେହିପରି ଡ୍ରେନ୍ ଉପରେ ହୋଇଥିବା ଜବରଦଖଲ ଉଚ୍ଛେଦ କରାଯିବା ସହ ଡ୍ରେନ୍ ଉପରେ ସ୍ଲାବ୍ ପକାଇବା ପାଇଁ ସ୍ୱତନ୍ତ୍ର ବ୍ୟୟ ବରାଦ କରାଯିବ ।

ଡ୍ରେନ ସମସ୍ୟାର ସମାଧାନ ଦିଗରେ ଥିବା ଅନ୍ୟନ୍ୟ ଅସୁବିଧା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି । କଂଗ୍ରେସ ବିଧାୟକ ମହମ୍ମଦ ମୋକିମ, ବିଜେଡି ବିଧାୟକ ଅମର ଶତପଥୀ, ନଗର ଉନ୍ନୟନ ସଚିବ ଜି ମାଥି ବାଥନନଙ୍କ ସହ ଅନ୍ୟନ୍ୟ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଥିଲେ । ନିକଟରେ ଜଣେ ଦଶମ ଶ୍ରେଣୀର ଛାତ୍ର ଭୁବନେଶ୍ୱରର ମୁକୁଳା ଡ୍ରେନରେ ଭାସି ଯିବାକୁ ନେଇ ତୋଫାନ ହୋଇଥିଲା । ବିଏମସି ଓ ନଗର ଉନ୍ନୟନ ବିଭାଗର ଅବହେଳାକୁ ଦାୟୀ କରି ରାସ୍ତାକୁ ଓହ୍ଲାଇଥିଲେ ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ।

Show More

Related Articles

Back to top button