ବଲିଉଡମୁଖ୍ୟ ଖବର

କ୍ରୁଜ୍ ଡ୍ରଗ୍ସ ମାମଲାରେ ଆଉ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଗିରଫ

କ୍ରୁଜ୍ ଡ୍ରଗ୍ସ ମାମଲାରେ ଆଉ ଦୁଇ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି ବୋଲି ଏନସିବି ଅଧିକାରୀ ମଙ୍ଗଳବାର କହିଛନ୍ତି । ଜାହାଜରେ ଡ୍ରଗ୍ସ ପାର୍ଟି ମାମଲାରେ ଶନିବାର ବିଳମ୍ବିତ ରାତିରେ ଚଢାଉ ପରେ ଏନ୍‌ସିବି ବଲିଉଡର ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ୍‌ ଖାନଙ୍କ ସମେତ ୯ ଜଣଙ୍କୁ ଗିରଫ କରିଥିଲା । ଆଠ ଜଣ ଯାତ୍ରୀଙ୍କ ବ୍ୟତୀତ ଜଣେ ହାଇ ପ୍ରୋଫାଇଲ୍ ଡ୍ରଗ୍ ବେପାରୀ ଶ୍ରେୟସ୍ ନାୟାରଙ୍କୁ ସୋମବାର ଏନସିବି ଗିରଫ କରିଛି । ତାଙ୍କୁ ଆର୍ୟନ୍‌ ଏବଂ ଅରବାଜ୍ ମର୍ଚାଣ୍ଟଙ୍କ ହ୍ବାଟସ୍‌ଆପ୍‌ ଚାଟ୍ ଆଧାରରେ ଗୋରେଗାଓଁରୁ ଗିରଫ କରାଯାଇଛି । ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ସେ ‘ଡାର୍କ ୱେବ୍’ ମାଧ୍ୟମରେ ଡ୍ରଗ୍ସ ପାଇଁ ଅର୍ଡର ଗ୍ରହଣ କରିଥିଲେ ଏବଂ ବିଟକଏନ୍ ରେ ପେମେଣ୍ଟ ନେଇଥିଲେ ।

ଏନସିବିର ଚଢାଉ ପରେ ୧୩ ଗ୍ରାମ କୋକେନ, ୫ ଗ୍ରାମ ଏମଡି, ୨୧ ଗ୍ରାମ ଚରସ ଏବଂ ୨୨ ବଟିକା ସମେତ ନିଷିଦ୍ଧ ନିଶା ପଦାର୍ଥ ଉଦ୍ଧାର କରାଯାଇଛି । ଯାହାର ମୂଲ୍ୟ ପ୍ରାୟ ୧.୩୩ ଲକ୍ଷ ଟଙ୍କା । କ୍ରୁଜ୍ ଉପରେ ଦ୍ୱିତୀୟ ପର୍ଯ୍ୟାୟ ଚଢାଉ ସମୟରେ ବିପୁଳ ପରିମାଣର ମେଫେଡ୍ରୋନ୍ ଜବତ କରାଯାଇଥିବା ଜଣାପଡ଼ିଛି ।

Show More

Related Articles

Back to top button