Breaking PLUS

ପ୍ରିୟଙ୍କା ଗାନ୍ଧି ଗିରଫ

କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଗିରଫ । ତାଙ୍କୁ ଗିରଫ କରିଛି ଉତ୍ତର ପ୍ରଦେଶ ପୁଲିସ୍‌ । ସୋମବାର ଭୋରରୁ ସେ ରବିବାର ହିଂସାରେ ପ୍ରାଣ ହରାଇଥିବା ଚାଷୀ ପରିବାକୁ ଭେଟିବାକୁ ଲଖିମପୁର ଖେରି ଯାଉଥିଲେ। ଏହି ସମୟରେ ପୁଲିସ୍‌ ତାଙ୍କୁ ସୀତାରପୁର ଠାରେ ଥିବା ଗେଷ୍ଟ ହାଉସରେ ଅଟକ ରଖିଥିଲା ।

ଭୋର ୪.୩୦ରେ ପୁଲିସ୍‌ ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଛି । ଏ ସମ୍ପର୍କରେ କଂଗ୍ରେସ ନେତା ପି ଚିଦାମ୍ୱରମ ସୂଚନା ଦେଇଛନ୍ତି । ବର୍ତ୍ତମାନ ଅସ୍ଥାୟୀ ଭାବେ ତାଙ୍କୁ ପୁଲିସ୍‌ ସୀତାପୁର ଗେଷ୍ଟ ହାଉସ ଜେଲ୍‌ରେ ରଖିଛି । ଚିଦାମ୍ବରମ କହିଛନ୍ତି, ତାଙ୍କୁ ଭୋର ସମୟରୁ ଗିରଫ କରାଯାଇଥିଲେ ମଧ୍ୟ ଏଯାଏ କୋର୍ଟ ଚାଲାଣ କରାଯାଇନାହିଁ । ଦୀର୍ଘ ୩୦ ଘଣ୍ଟାରୁ ଅଧିକ ସମୟ ହେଲା ପ୍ରିୟଙ୍କାଙ୍କୁ ଗେଷ୍ଟ ହାଉସରେ ବନ୍ଦୀ କରି ରଖାଯାଇଥିବା ସେ ସୂଚନା ଦେଇଛନ୍ତି ।

Show More

Related Articles

Back to top button