ଓଡ଼ିଶାମୁଖ୍ୟ ଖବର

ଏଣିକି ବିଜୁଳି ପାଇଁ ଲାଗିବ ପ୍ରିପେଡ୍ ସ୍ମାର୍ଟ ମିଟର

ଏବେ ଗ୍ରାହକ ଚାହିଁଲେ ଲଗାଇପାରିବେ ପ୍ରିପେଡ ସ୍ମାର୍ଟ ମିଟର । ବିଧାନସଭା ଶକ୍ତି ବିଭାଗ ଷ୍ଟାଣ୍ଡିଂ କମିଟି ବୈଠକରେ ଏନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସେ କହିଛନ୍ତି ଯେ, ଏଣିକି ସ୍ୱୟଂସହାୟିକା ଗୋଷ୍ଠୀଙ୍କ ଦ୍ୱାରା ବିଜୁଳି ବିଦ୍ୟୁତ ବିଲ୍ ଆଦାୟ କରାଯିବ । ଘରକୁ ଘର ବୁଲି ବିଦ୍ୟୁତ ବିଲ ଆଦାୟ କରିବେ ଏସଏଚଜି ।’

ତେବେ ପ୍ରିପେଡ ସ୍ମାର୍ଟ ମିଟର ଲାଗିବା ସହିତ ସିମ୍ କାର୍ଡ ଜରିଆରେ ବିଲ୍ ପେମେଣ୍ଟ ହେବ । ଜଣେ ସିମକାର୍ଡରେ ଯେତିକି ଟଙ୍କା ପେମେଣ୍ଟ କରିବ, ସେତିକି ବିଜୁଳି ବ୍ୟବହାର କରିବ । ପ୍ରତିମାସ ଶେଷରେ ଗ୍ରାହକଙ୍କୁ ବିଲ୍ ଦେବାପାଇଁ କୁହାଯାଇଛି । ଠିକ୍ ସମୟରେ ବିଲ୍ ଆଦାୟ ପାଇଁ ମଧ୍ୟ କୁହାଯାଇଛି । ପାୱାର କଟ୍ ପୂର୍ବରୁ ଗାଁରେ ପ୍ରଚାର ହେବା ଦରକାର ବୋଲି ବାଚସ୍ପତି କହିଛନ୍ତି ।

Show More

Related Articles

Back to top button