ଦେଶଦେଶ ବିଦେଶମୁଖ୍ୟ ଖବର

ସିଲକ୍ୟାରା ଟନେଲ ଦୁର୍ଘଟଣା

ରେସକ୍ୟୁ ଅପରେସନର ଆଜି ଗୁରୁତ୍ୱପୂର୍ଣ୍ଣ ଦିନ

ଉତ୍ତରକାଶୀ-ଉତ୍ତରକାଶୀର ସିଲକ୍ୟାରା ସୁଡଙ୍ଗରେ ଗତ 10ଦିନ ହେଲା ଫସିରହିଛନ୍ତି 41ଜଣ ଶ୍ରମିକ । ତେବେ ଆଜି ରେସକ୍ୟୁ ଅପରେସନର ଗୁରୁତ୍ୱପୂର୍ଣ୍ଣ ଦିନ । ରେସକ୍ୟୁ ଅପରେସନ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଥିବା ବେଳେ ଖୁବ ଶୀଘ୍ର ସଫଳତା ମିଳିବା ନେଇ ଆଶା କରାଯାଉଛି । ସିଲକ୍ୟାରାର ନିର୍ମାଣଧୀନ ଟନେଲ ଭିତରେ ହ୍ୟୁମ ପାଇପ ସମ୍ପୂର୍ଣ୍ଣ ଭାବେ ପଶିଛି । ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ । ସେ ଗତକାଲି ଏଠାରେ ରାତ୍ରି ବିଶ୍ରାମ କରିଥିବା ସୂଚନା ମିଳିଛି ।
ସୁଡଙ୍ଗରେ ଫସିଥିବା 41 ଶ୍ରମିକଙ୍କୁ ବାହାର କରିବା ପାଇଁ ଚାଲିଥିବା ରେସକ୍ୟୁ ଅପରେସନ ନିମନ୍ତେ ଆଜି ଦିନ ନିର୍ଣ୍ଣାୟକ ହେଇପାରେ । ଉଦ୍ଧାରକାରୀ ଟିମ୍ ଶ୍ରମିକଙ୍କ ଖୁବ ନିକଟରେ ଏବଂ ଖୁବ ଶୀଘ୍ର ସେଠାରେ ପହଞ୍ଚିବେ ।
ସୁଡଙ୍ଗରୁ ଶ୍ରମିକମାନେ ବାହାରିବା ପରେ ସେମାନଙ୍କ ଚିକିତ୍ସା ପାଇଁ ତମାମ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ମେଡିକାଲ ଟିମ୍ ପ୍ରସ୍ତୁତ ରହିଛି ।

Show More

Related Articles

Back to top button