Breaking PLUSଦେଶ ବିଦେଶମୁଖ୍ୟ ଖବର

ନେପାଳରେ 4.5 ତୀବ୍ରତାର ଭୂକମ୍ପ

କାଠମାଣ୍ଡୁ- ନେପାଳର ମକଭାନପୁର ଜିଲ୍ଲାର ଚିତଲାଙ୍ଗରେ ଗୁରୁବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.5 ରହିଛି । ନେପାଳ ଭୂକମ୍ପ ବିଜ୍ଞାନ କେନ୍ଦ୍ର ମୁତାବକ ନଭେମ୍ବର 23 ତାରିଖ ଦିନ ସକାଳେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ ।
ଏଠାରେ ସୂଚନାଯୋଗ୍ୟ, ନଭେମ୍ବର 3 ତାରିଖରେ ନେପାଳରେ 6.4 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଭୂକମ୍ପ ଯୋଗୁ 157ଜଣ ଲୋକଙ୍କ ମୃତ୍ୟୁ ଓ ହଜାର ହଜାର ଲୋକ ଆହତ ହୋଇଥିଲେ ।

Show More

Related Articles

Back to top button