Breaking PLUSଦେଶମୁଖ୍ୟ ଖବର

ଉତ୍ତରକାଶୀ ଟନେଲରେ ଡ୍ରିଲିଂ ଶେଷ, ପ୍ରବେଶ କରାଯାଉଛି ଶେଷ ପାଇପ୍

କିଛି ଘଣ୍ଟାରେ କରାଯିବ ରେସକ୍ୟୁ

ଉତ୍ତରକାଶୀ- ସିଲକ୍ୟାରା ସୁଡଙ୍ଗରେ ଫସିରହିଥିବା ଶ୍ରମିକଙ୍କୁ ବାହାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ରେସକ୍ୟୁ ଅପରେସନ । ରେସକ୍ୟୁ ଟିମକୁ ବୁଧବାର ସଫଳତା ମିଳିଛି, କିନ୍ତୁ ଆଜି ଶେଷ ପାଇପ୍ ଏସ୍କେପ ଟନେଲ ଆଗରେ ତିନିଫୁଟ୍ ପାଖାପାଖି ମୋଡି ହୋଇଯାଇଛି, ଯାହାକୁ କାଟିବାକୁ ଉଦ୍ୟମ କରାଯାଉଛି । ଏହାପରେ ଏଲାଇନମେଣ୍ଟ ଆଧାରରେ 8ଶହ ଏମଏମ ପାଇପ ପ୍ରବେଶ କରାଯିବ ।

ଅନ୍ୟପଟେ ସୁଡଙ୍ଗ ଭିତରୁ ଶ୍ରମିକମାନେ ବାହାରକୁ ବାହାରିବା ପରେ ସେମାନଙ୍କ ପାଇଁ ବ୍ୟାପକ ଜରୁରୀ ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି । ସୁଡଙ୍ଗ ବାହାରେ ବ୍ୟାପକ ଆମ୍ବୁଲାନ୍ସ ରହିଛି । ଏହାସହିତ ମେଡିକାଲ ଟିମ୍ ଓ ଅନ୍ୟ ସହାୟତା ଟିମ୍ ମୁତୟନ ହୋଇଛନ୍ତି । ଏୟାରଲିଫ୍ଟ କରାଯିବାର ମଧ୍ୟ ବ୍ୟବସ୍ଥା କରାଯାଇଛି ।

Show More

Related Articles

Back to top button