Breaking PLUSଦେଶମୁଖ୍ୟ ଖବର

ମମତାଙ୍କୁ ଝଟକା, ହାଇକୋର୍ଟ କହିଲେ ସିବିଆଇ କରିବ ଶିକ୍ଷକ ନିଯୁକ୍ତି ଅନିୟମିତତାର ଯାଞ୍ଚ

ବେଙ୍ଗଲ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହାଇକୋର୍ଟଙ୍କ ଝଟକା।

ରାଜ୍ୟରେ ଶିକ୍ଷକ ନିଯୁକ୍ତି ଅନିୟମିତତାର ତଦନ୍ତ ସିବିଆଇ ହିଁ କରିବ ବୋଲି କୋର୍ଟ ସ୍ପଷ୍ଟ କରିଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ କୋଲକାତା ହାଇକୋର୍ଟ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ନିଯୁକ୍ତି ମାମଲାର ସିବିଆଇ ତଦନ୍ତ ନିମନ୍ତେ ଏକକ ବେଞ୍ଚଙ୍କ ଆଦେଶକୁ ଶୁକ୍ରବାର କାୟମ ରଖିଛନ୍ତି। ଏହା ସହ ହାଇକୋର୍ଟଙ୍କ ଜଷ୍ଟିସ୍ ସୁବ୍ରତ ତାଲୁକଦାର ଓ ଜଷ୍ଟିସ୍ ଲପିତା ବାନାର୍ଜୀଙ୍କ ଖଣ୍ଡପୀଠ ଏହି ଯାଞ୍ଚର ଦେଖରେଖ ଏକକ ବେଞ୍ଚ କରିବେ ବୋଲି ମଧ୍ୟ କହିଛନ୍ତି।

ଏହା ପୂର୍ବରୁ ଜଷ୍ଟିସ୍ ଅଭିଜିତ ଗଙ୍ଗୋପଧ୍ୟାୟଙ୍କ ଏକକ ବେଞ୍ଚ ପଶ୍ଚିମବଙ୍ଗରେ ପ୍ରାଥମିକ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ କଥିତ ଅନିୟମିତତାର ଯାଞ୍ଚ ସିବିଆଇ କରିବେ ବୋଲି ଆଦେଶ ଦେଇଥିଲେ। ଏହି ଆଦେଶକୁ କାୟମ ରଖି ଶୁକ୍ରବାର ଜଷ୍ଟିସ ଅଭିଜିତ ତାଲୁକଦାର ଓ ଜଷ୍ଟିସ୍ ଲପିତା ବାନାର୍ଜୀଙ୍କ ପୀଠ ମାମଲାରେ ହୋଇଥିବା ଅର୍ଥ ନେଣଦେଣର ଯାଞ୍ଚ ଆବଶ୍ୟକ ହେଲେ କରାଯିବ ବୋଲି ମଧ୍ୟ କହିଛନ୍ତି। ସେହିପରି ପଶ୍ଚିମବଙ୍ଗ ପ୍ରାଇମେରୀ ସ୍କୁଲ ବୋର୍ଡରୁ ଅତିରିକ୍ତ ଅଙ୍କର ଲାଭ ପାଇଥିବା ୨୬୯ଜଣଙ୍କୁ ସେମାନଙ୍କ ଚାକିରୀରୁ ହଟାଇବା ପାଇଁ ଏକକ ପୀଠଙ୍କ ଆଦେଶ ଏକଲପୀଠରେ ମାମଲାର ସମାଧାନ ପର୍ଯ୍ୟନ୍ତ କାୟମ ରହିବ ବୋଲି କୋର୍ଟ କହିଛନ୍ତି।

Show More

Related Articles

Back to top button