ଦେଶ

୪୫ ହଜାରରୁ ଅଧିକ ଭାରତୀୟ ଆକାଉଣ୍ଟକୁ ବ୍ୟାନ କଲା ଟ୍ୱିଟର

ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ଗତ ଏକ ମାସରେ ପ୍ରାୟ ୪୫ ହଜାରରୁ ଅଧିକ ଭାରତୀୟ ୟୁଜର୍ସଙ୍କ ଆକାଉଣ୍ଟକୁ ବ୍ୟାନ କରିଛି।

ଶୁକ୍ରବାର ନିଜର ମାସିକ ଅଭିଯୋଗ ରିପୋର୍ଟ ସେୟାର କରି କମ୍ପାନି ଏହି ସୂଚନା ଦେଇଛି। ଜୁଲାଇରେ ୪୫,୧୯୧ ଭାରତୀୟ ୟୁଜର୍ସଙ୍କ ଟ୍ୱିଟର ଆକାଉଣ୍ଟ ବ୍ୟାନ କରାଯାଇଛି । ତେବେ ଭିନ୍ନ ଭିନ୍ନ କାରଣରୁ ଏହି ଆକାଉଣ୍ଟ ଗୁଡିକୁ ବ୍ୟାନ କରାଯାଇଥିବା କମ୍ପାନି କରାଯାଇଛି । ରିପୋର୍ଟ ଅନୁସାରେ ଶିଶୁ ଯୌନ ନିର୍ଯାତନାକୁ ପ୍ରୋତ୍ସାହିତ କରୁଥିବା ଏବଂ ଅଶ୍ଲିଳ କିମ୍ୱା ଆପତ୍ତିଜନକ କଣ୍ଟେଣ୍ଟ ସେୟାରକରୁଥିବା ୪୨,୮୨୫ ଆକାଉଣ୍ଟକୁ ବ୍ୟାନ କରିଛି । ସେହିପରି ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ୨,୩୬୬ କାଉଣ୍ଟକୁ ବ୍ୟାନ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଟ୍ୱିଟର ଏବଂ ଅନ୍ୟ ବଡ଼ ସୋସିଆଲ ମିଡିଆ ପ୍ଲାଟଫର୍ମ ନୂଆ ଆଇଟି ନିୟମ ୨୦୨୧ ଅନୁସାରେ ନିଜର ମାସିକ ଅଭିଯୋଗ ରିପୋର୍ଟ ସର୍ବାଜନୀନ କରନ୍ତି ।

ଟ୍ୱିଟର କହିଛି ଜୁନ ୨୬ରୁ ଜୁଲାଇ ୨୫ ଏକ ମାସ ମଧ୍ୟରେ କମ୍ପାନିକୁ ପ୍ରାୟ ୮୭୪ ଅଭିଯୋଗ ମିଳିଛି । କେବେ ଏଥିରେ କେବଳ ୭୦ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ବୋଲି କମ୍ପାନି ଅନୁଭବ କରିଥିଲା। ଉଲ୍ଲେଖଯୋଗ୍ୟ, ସୋସିଆଲ ମିଡିଆ କମ୍ପାନି ଦେଶରେ ନିଜର ଅଭିଯୋଗ ସେଲ ପ୍ରତିଷ୍ଠା କରିଛି । ୟୁଜର୍ସଙ୍କ ଅଭିଯୋଗ ଏବଂ ଏହାର ସମାଧାନ ସହ ସରକାରଙ୍କୁ ଏହାର ରିପୋର୍ଟ ପ୍ରଦାନ କରିବା ଏହାର କାମ।

Show More

Related Articles

Back to top button