ଦେଶ ବିଦେଶମୁଖ୍ୟ ଖବର

ବ୍ରିଟେନ୍‌ରେ ମଙ୍କିପକ୍ସର ନୂଆ ଷ୍ଟ୍ରେନ୍ ଚିହ୍ନଟ

ପଶ୍ଚିମ ଆଫ୍ରିକାରୁ ଫେରିଥିଲେ ବ୍ୟକ୍ତି

ବ୍ରିଟେନ୍‌ରେ ମଙ୍କିପକ୍ସର ନୂଆ ପ୍ରଜାତି ଚିହ୍ନଟ। ପଶ୍ଚିମ ଆଫ୍ରିକା ଭ୍ରମଣ କରି ଫେରିଥିବା ଜଣେ ବ୍ୟକ୍ତିଙ୍କ ଠାରୁ ମଙ୍କିପକ୍ସର ନୂଆ ପ୍ରଜାତି ଚିହ୍ନଟ ହୋଇଥିବା ବ୍ରିଟେନ୍‌ ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ୟୁକେରେ ବର୍ତ୍ତମାନ ବ୍ୟାପୁଥିବା ମଙ୍କିପକ୍ସ ଭାଇରସ ଠାରୁ ଏହା ଅଲଗା ବୋଲି ଜେନୋମ ସିକ୍ୟୁଏନ୍ସରୁ ଜଣାପଡ଼ିଥିବା ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି(UKHSA) ୟୁକେ ସଂସଦରେ ସୂଚନା ଦେଇଛି। ସଂକ୍ରମିତ ବ୍ୟକ୍ତି ଜଣଙ୍କ ବର୍ତ୍ତମାନ ରୟଲାର ଲିଭରପୁଲ ୟୁନିଭର୍ସିଟି ହସ୍‌ପିଟାଲ୍‌ର ଏଚ୍‌ସିଆଇଡି ୟୁନିଟରେ ଚିକିତ୍ସିତ ହେଉଛନ୍ତି। ACDP କମିଟି ତାଙ୍କ ଉପରେ ନଜର ରଖିଛି ବୋଲି UKHSA ର ନିର୍ଦ୍ଦେଶକ ସୋଫିଆ ମକି ସୂଚନା ଦେଇଛନ୍ତି।

ଏହି ଘଟଣା ପରେ ବ୍ରିଟେନ୍‌ରେ ଲୋକଙ୍କୁ ସତର୍କ କରିଦିଆଯାଇଛି। ଯେଉଁମାନେ ପଶ୍ଚିମ ଆଫ୍ରିକା ବୁଲିବାକୁ ଯୋଜନା କରୁଛନ୍ତି ସେମାନଙ୍କୁ ସତର୍କ କରାଯାଉଛି। ଯଦି ସେଠାରୁ ଫେରିଲା ପରେ କୌଣସି ଲକ୍ଷଣ ଦେଖାଯାଉଛି ତେବେ ୧୧୧ ନମ୍ବରକୁ କଲ୍ କରିବାକୁ ରୋଗୀମାନଙ୍କୁ କୁହାଯାଉଛି ବୋଲି ସୋଫିଆ କହିଛନ୍ତି, ତେବେ ନୂଆ ପ୍ରଜାତିର ଭାଇରସରେ ସଂକ୍ରମିତ ବ୍ୟକ୍ତିଙ୍କର କଣ୍ଟାକ୍ଟ ଟ୍ରାସିଂ ଜାରି ରହିଛି। ତାଙ୍କ ସଂସ୍ପର୍ଶର ଆସିଥିବା କୌଣସି ବ୍ୟକ୍ତିଙ୍କ ଠାରେ ଏପର୍ଯ୍ୟନ୍ତ କୌଣସି ଭାଇରସ ଚିହ୍ନଟ ହୋଇ ନାହିଁ ବୋଲି ସୂଚନା ମିଳିଛି।

Show More

Related Articles

Back to top button