ଦେଶ ବିଦେଶବାଣିଜ୍ୟ

ମୋବାଇଲ ଆପରୁ ଲୋନ ନାଁରେ ଆଉ ହେବନି ଧୋକା

ଡିଜିଟାଲ ଋଣ ଉପରେ ଗାଇଡଲାଇନ ଜାରି କଲା RBI

ଫାଇନାନସିଆଲ ଟେକ୍ନୋଲଜି କମ୍ପାନିଗୁଡିକ ପକ୍ଷରୁ ଋଣ ଦେବା ନାଁରେ କରାଯାଉଥିବା ଶୋଷଣ ଉପରେ ଲଗାମ ଲଗାଇବାକୁ ପ୍ରସ୍ତୁତି ଶେଷ ହୋଇଛି। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଡିଜିଟାଲ ଲେଣ୍ଡିଂକୁ ନେଇ ଚୂଡାନ୍ତ ଗାଉଡଲାଇନ ଜାରି କରିଛି । ଏହି ଗାଇଡଲାଇନ ଅନୁସାରେ, ଡିଜିଟାଲ ଲେଡିଂ ପ୍ଲାଟଫର୍ମ ଗୁଡିକ ସିଧା ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଲୋନ ଟଙ୍କା ପଠାଇବେ। ଏଥିପାଇଁ ସେମାନେ ତୃତୀୟ ପକ୍ଷର ବ୍ୟବହାର କରିବେ ନାହିଁ । ଯଦି ଲେଡିଂ ସର୍ଭିସ ପ୍ରୋଭାଇଡ ପକ୍ଷରୁ କୌଣସି ପ୍ରକାର ଭୁଲ ହୁଏ ତେବେ ଲୋନ ଦେଇଥିବା ରେଗୁଲେଟେଡ ଏଣ୍ଟିଟି ଅର୍ଥାତ୍ ଏନବିଏଫସି କମ୍ପାନି ଦାୟୀ ହେବ।

ଗାଇଡଲାଇନ ଅନୁସାରେ, ବର୍ଷିକ ପ୍ରତିଶତ ହାର(ଏପିଆର)ରେ ସମସ୍ତ ପ୍ରକାର କଷ୍ଟ ଅଫ ଫଣ୍ଡ, କ୍ରେଡିଟ୍ କଷ୍ଟ, ପରିଚାଳନା କଷ୍ଟ, ପ୍ରୋସେସିଂ ଫି, ଭେରିଫିକେସନ ଚାର୍ଜ, ମେଣ୍ଟନାନ୍ସ ଚାର୍ଜ ସାମିଲ ରହିବ । ଲୋନ ଜାରି ରଖିବା ପାଇଁ ଗ୍ରାହକଙ୍କୁ କୁଲିଂ ଅଫ୍ ପିରିୟଡର ଅବଧି ଦେବାକୁ ପଡିବ । ଯାହାଦ୍ୱାରା ଗ୍ରାହକ ଋଣରୁ ବାହାରି ପାରିବେ। ଲୋନ ଦେଉଥିବା କମ୍ପାନି ଗୁଡିକ ଗ୍ରାହକଙ୍କ ଲୋନର ସୂଚନା କ୍ରେଡିଟ୍ ଇନଫରମେସନ କମ୍ପାନିଙ୍କୁ ଦେବେ। ଗ୍ରାହକଙ୍କ ବିନା ମଞ୍ଜୁରୀରେ କୌଣସି ପ୍ରକାର ଡାଟା ସେୟାର କରିପାରିବେ ନାହିଁ । ଏହାଛଡା ଋଣ ସହ ଜଡିତ ଗ୍ରାହକଙ୍କ ଅସୁବିଧା ଦୂର କରିବା ପାଇଁ ଲୋନ ପ୍ରଦାନକାରୀ କମ୍ପାନି ଅଭିଯୋଗ ଶୁଣାଣି ପାଇଁ ଅଧିକାରୀଙ୍କୁ ନିଯୁକ୍ତି ଦେବେ।

Show More

Related Articles

Back to top button