Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ବ୍ରିଟେନ୍‌କୁ ପଛରେ ପକାଇ ପଞ୍ଚମ ବୃହତ ଅର୍ଥନୀତିର ଦେଶ ହେଲା ଭାରତ

ବ୍ରିଟେନ୍‌କୁ ପଛରେ ପକାଇ ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତିର ଦେଶ ହେଲା ଭାରତ।

ବ୍ରିଟେନ୍‌ରେ ଏବେ ରାଜନୈତିକ ସଂକଟ ସହ ଆର୍ଥିକ ସଂକଟ ଦେଖାଦେଇଛି। ଆଉ ଏହି ସମୟରେ ଭାରତ ଠାରୁ ପଛରେ ପଡ଼ିଯିବା ବ୍ରିଟେନ୍‌ ସରକାରଙ୍କ ପାଇଁ ବଡ଼ ଝଟ୍‌କା ହେବ। ଭାରତ ପଞ୍ଚମ ସ୍ଥାନକୁ ଉଠିବା ପରେ ବ୍ରିଟେନ୍‌ ତଳକୁ ଖସି ଷଷ୍ଠ ସ୍ଥାନରେ ପହଞ୍ଚିଛି। ଆମେରିକୀୟ ଡଲାର ତୁଳନାରେ ଏହି ହିସାବ କରାଯାଇଛି। ପ୍ରଥମ ତ୍ରୟମାସିକରେ ଜାରି ହୋଇଥିବା ଜିଡିପି ଫିଗରକୁ ହିସାବ କରି ଅନ୍ତର୍ଜାତୀୟ ମୁଦ୍ରା କୋଷ ଏହି ଆକଳନ କରିଛି।

 

ସୂଚନା ଥାଉକି, ଚଳିତ ଦଶକରେ ଭାରତ ଅର୍ଥ ବ୍ୟବସ୍ଥାରେ ୧୧ ନମ୍ବର ସ୍ଥାନରେ ଥିବା ବେଳେ ବ୍ରିଟେନ୍ ପଞ୍ଚମ ସ୍ଥାନରେ ରହିଥିଲା। ହେଲେ ବ୍ରିଟେନ୍ ଏବେ ଭାରତର ପଛକୁ ପଡ଼ିଯାଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକରେ ଜାରି ହୋଇଥିବା ଜିଡିପିରେ ଭାରତ ଅର୍ଥବ୍ୟବସ୍ଥା ମଜଭୁତ ଥିଲା। ପ୍ରଥମ ତ୍ରୟମାସିକରେ ଜିଡିପି ବୃଦ୍ଧି ଦର ୧୩.୫ ପ୍ରତିଶତ ରହିଥିଲା। ଯାହା ଗତବର୍ଷ ଠାରୁ ଅଧିକ। ସେହିପରି ବାର୍ଷିକ ଆଧାରରେ ଭାରତର ଡିଜିପିରେ ବୃଦ୍ଧି ହେବାର ସମ୍ଭାବନା ରହିଛି।

Show More

Related Articles

Back to top button