ଦେଶ ବିଦେଶବାଣିଜ୍ୟ

ସେୟାର ବଜାର ମାନ୍ଦା

ଆରମ୍ଭରୁ ୫୦୦ ପଏଣ୍ଟ ଖସିଲା ସେନସେକ୍ସ

ବିଶ୍ୱ ବଜାରରେ ଚାଲିଥିବା ଆର୍ଥିକ ଅନିୟମିତତାର ପ୍ରଭାବ ଘରୋଇ ବଜାର ଉପରେ ମଧ୍ୟ ପଡିଛି । ଋଷ-ୟୁକ୍ରେନ ଯୁଦ୍ଧ ପାଇଁ ଏସିଆର ଅର୍ଥନୈତିକ ଉନ୍ନତି ଧିମେଇ ଯାଇଛି । ଯାହାଫଳରେ ବୁଧବାର ସେୟାର ବଜାର ଖୋଲିବା ମାତ୍ରେ ବିଏସଇ ସେନସେକ୍ସ ଓ ନିଫ୍ଟି ୦.୮୦ ପ୍ରତିଶତ ଯାଏଁ ହ୍ରାସ ପାଇଛି । ବୁଧବାର ସକାଳେ ବଜାର ଖୋଲିବା ପୂର୍ବରୁ ପ୍ରି ଓପନ ସେସନରେ ସେନସେକ୍ସ ପଏଣ୍ଟ ୩୭୦ ଅଙ୍କ ହ୍ରାସ ପାଇଥିଲା । ସେହିପରି ନିଫ୍ଟି ୦.୬୯ ପ୍ରତିଶତ ହ୍ରାସ ପାଇଥିଲା । ସକାଳ ୯ଟା ୧୫ରେ ବଜାର ଖୋଲିବା ପରେ ପ୍ରାୟ ୫୦୦ ପଏଁଣ୍ଟ ଖସିଥିଲା । ପରେ ସାମାନ୍ୟ ସୁଧୁରିଥିଲେ ବି ୩୨୦ ଅଙ୍କ ଖସି ସେନସେକ୍ସ ୬୦ ହଜାର ତଳକୁ ଆସିଯାଇଥିଲା । ସେହିପରି ନିଫ୍ଟି ୭୫ ପଏଣ୍ଟ ଖସି ୧୭୮୯୦ ପାଖାପାଖି ଟ୍ରେଣ୍ଡ୍ କରିଥିଲା । ଆଜି ସାରା ଦିନ ବଜାର ଚାପରେ ରହିବ ବୋଲି ଅନୁମାନ କରାଯାଉଛି । ମଙ୍ଗଳବାର ମଧ୍ୟ ସେନସେକ୍ସ ୪୩୫.୨୪ ଅଙ୍କ ହ୍ରାସ ପାଇ ୬୦୧୭୬.୫୦ ପଏଣ୍ଟରେ ବନ୍ଦ ହୋଇଥିଲା ।

ନିଫ୍ଟି ମଧ୍ୟ ୯୬ ଅଙ୍କ କମି ୧୮ ହଜାର ତଳକୁ ଖସିଥିଲା । ସୂଚନାଯୋଗ୍ୟ, ବିଶ୍ୱବ୍ୟାଙ୍କ ୟୁକ୍ରେନ-ଋଷ ଯୁଦ୍ଧ ପାଇଁ ଏସିଆର ଜିଡିପି ଅନୁମାନକୁ ହ୍ରାସ କରିଛି । ଚୀନରେ ସର୍ଭିସ ପିଏମଆଇ ମଧ୍ୟ ଗୋଟିଏ ମାସରେ ୫୦.୨ରୁ ୪୨କୁ ଖସି ଆସିଛି । ମହାମାରୀ ଚୀନର ଅର୍ଥବ୍ୟହସ୍ଥା ଉପରେ ଗୁରୁତର ପ୍ରଭାବ ପକାଇବାରେ ଲାଗିଛି । ମଙ୍ଗଳବାର ଆମେରିକୀୟ ବଜାର ମଧ୍ୟ ମାନ୍ଦାରେ ଚାଲିଥିଲା । ଜାପାନ, ହଂକଂ ଓ ତାଇଓ୍ୱାନ ସେୟାର ବଜାର ବି ବିଯୁକ୍ତ କାରବାର କରିଥିଲେ ।

Show More

Related Articles

Back to top button