Breaking PLUSଦେଶମୁଖ୍ୟ ଖବର

ଶନିବାର ଜ୍ଞାନବାପି ପରିସରରେ ସିଲ୍ ବଜୁଖାନାର ସଫେଇ ହେବ

ବାରଣାସୀ, 18 ଜାନୁଆରୀ – ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜ୍ଞାନବାପୀ ପରିସରରେ ଥିବା ସିଲ୍ ବଜୁଖାନାର ସଫେଇ ଜାନୁୟାରୀ 20ରେ ହେବ । ସଫେଇ ପାଇଁ ସକାଳ 9ଟାରୁ 11ଟା ପର୍ଯ୍ୟନ୍ତ ସମୟ ନିର୍ଦ୍ଧାରଣ କରାଯାଇଛି । ସଫେଇ ସମୟରେ ଦୁଇ ପକ୍ଷରୁ ଦୁଇ ଦୁଇଜଣ ପ୍ରତିନିଧି ଉପସ୍ଥିତ ରହିବେ ।
ବାରଣାସୀ ଜିଲ୍ଲାଧିକାରୀ ଏସ.ରାଜଲିଙ୍ଗମଙ୍କ ଗୁରୁବାର ସାମ୍ବାଦିକଙ୍କ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ଜିଲ୍ଲା ପ୍ରଶାସନ ହିନ୍ଦୁ ଓ ମୁସଲିମ ପକ୍ଷର ଲୋକଙ୍କ ମଧ୍ୟରେ ଆଲୋଚନା ହୋଇଛି । ଏହି ସମୟରେ ନିର୍ଦ୍ଧାରିତ ହୋଇଛି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନୁସାରେ ଦୁଇ ପକ୍ଷର ପ୍ରତିନିଧି ସିଲ୍ ବଜୁଖାନାର ସଫେଇ ସମୟରେ ଉପସ୍ଥିତ ରହିବେ । କୌଣସି ପ୍ରତିନିଧି ବଜୁଖାନାର ଜାଲି ଭିତରକୁ ପ୍ରବେଶ କରିପାରବେ ନାହିଁ । କେବଳ ସଫେଇକର୍ମୀ ଭିତରକୁ ପ୍ରବେଶ କରି ସତର୍କତାର ସହ ସଫାସୁତୁରା କାମ କରିବେ । ସଫା ସୁତୁରା କାମ ସମୟରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସିଲ୍ ବଜୁଖାନା ଭିତରକୁ ଅନଧିକୃତ ଭାବେ କାହାରିକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ ।

Show More

Related Articles

Back to top button