Breaking PLUSଦେଶମୁଖ୍ୟ ଖବରରାଜନୀତି

ଠାକରେ ଗୋଷ୍ଠୀର ବିଧାୟକ ରାଜନ ସାଲଭୀଙ୍କ ବିରୁଦ୍ଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ମାମଲା ରୁଜୁ

ମୁମ୍ବାଇ, 18 ଜାନୁଆରୀ- ଆଣ୍ଟି କରପସନ ବ୍ୟୁରୋ (ଏସିବି) ଟିମ୍ ଠାକରେ ଗୋଷ୍ଠୀର ବିଧାୟକ ରାଜନୀ ସାଲଭୀ ଓ ତାଙ୍କ ପରିବାର ବିରୁଦ୍ଧରେ ଆୟ ଠାରୁ 118 ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ମାମଲା ରୁଜୁ କରିଛି । ଏସିବି ଟିମ୍ ଆଜି ରତ୍ନାଗିରିରେ ରାଜନ ସାଲଭୀ ଘର ଓ କାର୍ଯ୍ୟାଳୟରେ ରେଡ୍ କରି ସାଲଭୀ, ତାଙ୍କ ପତ୍ନୀ ଓ ପୁଅଙ୍କୁ ପଚରାଉଚରା କରିଛି । ଏସିବି ଟିମ୍ ଆଜି ରାଜନଙ୍କୁ ଗିରଫ କରିପାରେ ।
ଏସିବି ଟିମ ଆୟରୁ ଅଧିକ ସମ୍ପତ୍ତି ମାମଲାରେ ରାଜନ ସାଲଭୀଙ୍କୁ ରତ୍ନାଗିରି ସ୍ଥିତି ଅଫିସରେ ପଚରାଉଚରା କରିସାରିଛି । ଆଜି ସକାଳେ ରାଜନ ସାଲଭୀଙ୍କ ଘରେ ପହଞ୍ଚି ଦୁଇଘଣ୍ଟା ଧରି ତଲାସୀ କରିଥିଲା ଏସିବି । ଏହାପରେ ଏସିବି ଟିମ୍ ରାଜନ ସାଲଭୀଙ୍କ ରତ୍ନାଗିରି ସହର ସ୍ଥିତ ବଙ୍ଗଲା ଓ ହୋଟେଲର ମୂଲ୍ୟାଙ୍କନ କରିଥିଲା । ଘର ଓ ହୋଟେଲର କ୍ଷେତ୍ରଫଳ, ଜାଗାର ମୂଲ୍ୟ ସହିତ ଇଣ୍ଟେରିୟର ଡିଜାଇନ ଉପରେ ହୋଇଥିବା ଖର୍ଚ୍ଚର ମୂଲ୍ୟାଙ୍କନ କରାଯାଇଛି ।

Show More

Related Articles

Back to top button