Breaking PLUSଦେଶମୁଖ୍ୟ ଖବର

ଶୁକ୍ରବାର ତାମିଲନାଡୁରେ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ 2023ର ଉଦଘାଟନୀ ସମାରୋହରେ ସାମିଲ ହେବେ ପିଏମ ମୋଦି

ଚେନ୍ନାଇ, 18 ଜାନୁଆରୀ – ପ୍ରଧାନମନ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର (ଜାନୁୟାରୀ 19)ରେ ତାମିଲନାଡୁ ଗସ୍ତ କରିବେ । ଏଠାରେ ଚେନ୍ନାଇର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆୟୋଜିତ ଷଷ୍ଠ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ 2023ର ଉଦଘାଟନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ପ୍ରଥମ ଥର ପାଇଁ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ଦକ୍ଷିଣ ଭାରତରେ ଆୟୋଜିତ ହେବାକୁ ଯାଉଛି । ଏହି ଇଭେଣ୍ଟ 19ରୁ 31 ଜାନୁୟାରୀ ଯାଏ ତାମିଲନାଡୁର ଚାରୋଟି ସହର ଚେନ୍ନାଇ, ମଦୁରାଇ, ତ୍ରିଚି ଓ କୋଏମ୍ବାଟୁରରେ ଅନୁଷଠିତ ହେବ ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁସାରେ ଉଦଘାଟନ ସମାରୋହରେ ପ୍ରଧାନମନ୍ତ୍ରୀ ପ୍ରସାରଣ କ୍ଷେତ୍ର ସହିତ ଜଡିତ ପ୍ରାୟ 250 କୋଟି ଟଙ୍କାର ପରିଯୋଜନାର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ । ଏଥିରେ ଡିଡି ପୋଧିଗଇକୁ ଡିଡି ତାମିଲ ଭାବେ ଦ୍ୱିତୀୟ ଥର ଲଞ୍ଚ କରାଯିବ । ଏହାସହିତ 8ରାଜ୍ୟରେ 12ଟି ଆକାଶବାଣୀ ଏଫଏମ ପ୍ରୋଜେକ୍ଟ ଓ ଜମ୍ମୁ ଏବଂ କଶ୍ମୀରରେ 4ଟି ଡିଡି ଟ୍ରାନ୍ସମିଟର ମଧ୍ୟ ଆରମ୍ଭ ହେବ । ଏହାସହିତ ପିଏମ ମୋଦି 12 ରାଜ୍ୟରେ 26ଟି ନୂଆ ଏଫଏମ ଟ୍ରାନ୍ସମିଟର ପରିଯୋଜନା ପାଇଁ ଶିଳାନ୍ୟାସ କରିବେ ।

Show More

Related Articles

Back to top button