Breaking PLUSଦେଶମୁଖ୍ୟ ଖବର

ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଦିନ କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ଅଧାଦିନ ଛୁଟି

ନୂଆଦିଲ୍ଲୀ, 18 ଜାନୁଆରୀ – ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହ ଅବସରରେ ପୂରା ଦେଶରେ ସମସ୍ତ କେନ୍ଦ୍ର ସରକାରୀ କାର୍ଯ୍ୟାଳୟ, କେନ୍ଦ୍ରୀୟ ସଂସ୍ଥାନ ଓ କେନ୍ଦ୍ରୀୟ ଉଦ୍ୟୋଗିକ ପ୍ରତିଷ୍ଠାନକୁ ଜାନୁୟାରୀ 22 ଦ୍ୱିପ୍ରହର 2.30 ପର୍ଯ୍ୟନ୍ତ (ଅଧାଦିନ) ବନ୍ଦ ରଖିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।
ଏନେଇ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ଏକ ଔପଚାରିକ ନୋଟିସ ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ, ଜାନୁୟାରୀ 22ରେ ରାମ ଜନ୍ମଭୂମି ପ୍ରାଣ ପ୍ରତିଷ୍ଠା ଉତ୍ସବରେ କର୍ମଚାରୀଙ୍କୁ ସାମିଲ ହେବା ପାଇଁ ଦ୍ୱିପ୍ରହର ଅଢେଇଟା ଯାଏ ଛୁଟି ଦିଆଯାଉଛି । ଏଠାରେ ସୂଚନାଯୋଗ୍ୟ, ଦେଶ ଏହି ପ୍ରାଣ ପ୍ରତିଷ୍ଠାକୁ ପାଳନ କରିବାକୁ ପ୍ରସ୍ତୁତି କରୁଛି । ପ୍ରଧାନମନ୍ତ୍ରୀ ଲୋକଙ୍କୁ ଏହି ଦିନ ଦୀପାବଳି ପାଳନ ଏବଂ ଦେଶକୁ ଆଲୋକିତ କରିବା ପାଇଁ ନିବେଦନ କରିଛନ୍ତି ।

Show More

Related Articles

Back to top button