Breaking PLUSଦେଶମୁଖ୍ୟ ଖବରରାଜନୀତି

ଇଡି ନିକଟରେ ହାଜର ହେଲେନି କେଜରିୱାଲ

ନୂଆଦିଲ୍ଲୀ, 18 ଜାନୁଆରୀ – ଗୁରୁବାର ବି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମ୍ମୁଖରେ ହାଜର ହେଲେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ତାଙ୍କୁ ରାଜନୈତିକ କାରଣରୁ ହଇରାଣ କରାଯାଉଥିବା ଅଭିଯୋଗ କରିଛନ୍ତି କେଜରିୱାଲ । ସେ କୌଣସି ଦୁର୍ନୀତି କରିନାହାନ୍ତି । ବିଜେପି ତାଙ୍କୁ ଲୋକସଭା ନିର୍ବାଚନ ପୂର୍ବରୁ ଜେଲ ପଠାଇବାକୁ ଷଡଯନ୍ତ୍ର କରୁଛି ।
ମଦ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଚତୁର୍ଥ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ଆଜି ହାଜର ହେବା ପାଇଁ ନୋଟିସ କରିଥିଲା ଇଡି । ତେବେ କେଜରିୱାଲ ଇଡି ନୋଟିସର ଲିଖିତ ଜବାବ ଦେଇଛନ୍ତି । ସେ ଏଥିରେ କହିଛନ୍ତି ଯେ, ରାଜନୈତିକ କାରଣରୁ ତାଙ୍କୁ ହଇରାଣ କରାଯାଉଛି । ସେଥିପାଇଁ ସେ ଇଡି ସମ୍ମୁଖରେ ହାଜର ହେଉନାହାନ୍ତି ।

Show More

Related Articles

Back to top button