Breaking PLUSଦେଶମୁଖ୍ୟ ଖବର

ସ୍ୱଚ୍ଛ ତୀର୍ଥ ଅଭିଯାନ କ୍ରମେ ଦିଲ୍ଲୀ ପଶୁପତିନାଥ ମନ୍ଦିରରେ ଶ୍ରମଦାନ କଲେ ନଡ୍ଡା

ନୂଆଦିଲ୍ଲୀ, 18 ଜାନୁଆରୀ – ସ୍ୱଚ୍ଛ ତୀର୍ଥ ଅଭିଯାନ କ୍ରମେ ଗୁରୁବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦିଲ୍ଲୀର ବିଶ୍ୱାସନଗରରେ ପଶୁପତିନାଥ ମନ୍ଦିରରେ ଶ୍ରମଦାନ କରିଛନ୍ତି । ଏହି ସମୟରେ ନଡ୍ଡା ମନ୍ଦିରରେ ପୂଜାର୍ଚ୍ଚନା ମଧ୍ୟ କରିଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁୟାରୀ 22ରେ ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମନ୍ଦିରରେ ସ୍ୱଚ୍ଛତା ଅଭିଯାନ ଚଳାଇବାକୁ ଆହ୍ୱାନ ଦେଇଥିଲେ । ଏହି ଅଭିଯାନ ଅନ୍ତର୍ଗତ ସମସ୍ତ ବିଜେପି ନେତା ଓ କାର୍ଯ୍ୟକର୍ତ୍ତା ଦେଶର ବିଭିନ୍ନ ଧାର୍ମିକ ସ୍ଥଳରେ ଶ୍ରମଦାନ କରୁଛନ୍ତି ।

Show More

Related Articles

Back to top button