Breaking PLUSଦେଶମୁଖ୍ୟ ଖବର

ପ୍ରସିଦ୍ଧ ଅଭିନେତ୍ରୀ ଅକ୍ଷରା ସିଂହଙ୍କୁ ବିହାରରେ ଆକ୍ରମଣ

ପାଟଣା, 18 ଜାନୁଆରୀ – ଭୋଜପୁରୀ କଳାଜଗତର ଲୋକପ୍ରିୟ ଅଭିନେତ୍ରୀ ଅକ୍ଷରା ସିଂହଙ୍କୁ ଆକ୍ରମଣ । ବିହାରର ଔରଙ୍ଗାବାଦରେ ଏକ କାର୍ଯ୍ୟକ୍ରମରେ ଯାଇଥିବା ଅକ୍ଷରାଙ୍କ ଉପରକୁ ଲୋକେ ପଥର ମାଡ଼ କରିଛନ୍ତି । ଏହି ଆକ୍ରମଣରେ ଅକ୍ଷରା ଅଳ୍ପକେ ବର୍ତ୍ତିଯାଇଛନ୍ତି । ତେବେ ତାଙ୍କ ସୁରକ୍ଷାରେ ଥିବା ପୋଲିସ କର୍ମୀ ଆହତ ହୋଇଛନ୍ତି ।
ଜାନୁୟାରୀ 17ରେ ଅକ୍ଷରା ଏକ ସୋ’ରୁମର ଉଦଘାଟନ କରିବାକୁ ଔରଙ୍ଗାବାଦର ଦାଉଦନଗର ଯାଇଥିଲେ । କାର୍ଯ୍ୟକ୍ରମରେ ଡେରିରେ ପହଞ୍ଚିବା ପରେ ଅକ୍ଷରାଙ୍କ ପ୍ରଶଂସକମାନେ ରାଗିଯାଇଥିଲେ । ତାଙ୍କ ସହ ସେଲ୍ଫି ନେବା ପାଇଁ ଲୋକଙ୍କ ଭିଡ ଜମିଥିଲା । ଏହି ଭିଡରେ ରାଗିଥିବା ପ୍ରଶଂସକମାନେ ପରସ୍ପରକୁ ଧକ୍କା ଦେବା ସହ ପଥରମାଡ କରିଥିଲେ ।

Show More

Related Articles

Back to top button