Breaking PLUSଦେଶମୁଖ୍ୟ ଖବର

ସ୍କୁଲ ବସ୍ ଓଲଟି ଚାଲିଗଲା 5 ଛାତ୍ରଛାତ୍ରୀଙ୍କ ଜୀବନ

ମହେନ୍ଦ୍ରଗଡ : ସ୍କୁଲ ବସ୍ ଓଲଟି ଚାଲିଗଲା ୫ ଜଣ ଛାତ୍ରଛାତ୍ରୀଙ୍କ ଜୀବନ। ହରିୟାଣାର ମନ୍ଦ୍ରେଗଡର କନୀନାର ଗାଁ ନିକଟରେ ଗୁରୁବାର ଏକ ସ୍କୁଲ ବସ୍ ଓଲଟି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୫ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ହୋଇଛନ୍ତି।
ଖବର ପାଇବା ମାତ୍ରେ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଛନ୍ତି। ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଓଭରଟେକ୍ କାରଣରୁ ଏହି ଦୁର୍ଘଟଣା ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ବସ୍ ଚାଳକ ନିଶାସକ୍ତ ଅବସ୍ଥାରେ ଥିବା ସହ ପୁଲିସ ତାକୁ ଗିରଫ କରି ମେଡିକାଲ ପରୀକ୍ଷା କରାଇବା ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button