Breaking PLUSଓଡ଼ିଶାମୁଖ୍ୟ ଖବର

ଦୁଇ ବିଧାୟକଙ୍କ ପଦ ରଦ୍ଦ

ଭୁବନେଶ୍ୱର: ଦୁଇ ବିଧାୟକଙ୍କ ପଦ ରଦ୍ଦ କରିଛନ୍ତି ବିଧାନସଭା ବାଚସ୍ପତି ପ୍ରମିଳା ମଲ୍ଲିକ । ଜୟଦେବ ବିଧାୟକ ଅରବିନ୍ଦ ଢାଲିଙ୍କ ବିଧାୟକ ପଦ ରଦ୍ଦ ହୋଇଥିବା ବେଳେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକଙ୍କ ବିଧାୟକ ପଦ ମଧ୍ୟ ରଦ୍ଦ ହୋଇଛି । ଦଳବଦଳ କରିଥିବାରୁ ବିଧାୟକ ପଦକୁ ରଦ୍ଦ କରାଯାଇଛି । ଏହି ଦୁଇ ବିଧାୟକ ୨୦୧୯ରେ ବିଜେଡିରୁ ନିର୍ବାଚନ ଲଢି ଜିତିଥିଲେ । ହେଲେ ପରେ ବିଜେଡିରୁ ଇସ୍ତଫା ଦେଇଥିଲେ । ଏହି ଦୁଇ ବିଧାୟକ ବିଜେଡି ଛାଡିବା ପରେ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଏନେଇ ମାର୍ଚ୍ଚ ୧୮ ତାରିଖରେ ବାଚସ୍ପତିଙ୍କ ପାଖରେ ପିଟିସନ୍ ଦାୟର କରିଥିଲେ । ଶୁଣାଣି ପାଇଁ ଦୁଇ ବିଧାୟକଙ୍କୁ ଏଥିପାଇଁ ନୋଟିସ୍ କରାଯାଇଥିଲା । ହେଲେ ନୋଟିସର କୌଣସି ଉତ୍ତର ରଖିନଥିଲେ ଦୁଇ ବିଧାୟକ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button