Breaking PLUSଓଡ଼ିଶାମୁଖ୍ୟ ଖବର

ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତିଙ୍କୁ ୟୁଜିସି ସଦସ୍ୟ ଭାବେ ନିଯୁକ୍ତି

ଭୁବନେଶ୍ୱର: ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତିଙ୍କୁ ୟୁଜିସି ସଦସ୍ୟ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ସଦସ୍ୟ ଭାବେ ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ନିଯୁକ୍ତ ହୋଇଛନ୍ତି। ଏଠାରେ ତାଙ୍କର କାର୍ଯ୍ୟକାଳ ୩ବର୍ଷ ରହିବ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
ତିନି ଦଶନ୍ଧିରୁ ଅଧିକ ସମୟ ହେବ ପ୍ରଫେସର ମହାନ୍ତି ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ଶିକ୍ଷା ଏବଂ ସଂସ୍କୃତି କ୍ଷେତ୍ରରେ ବହୁ ସମ୍ମାନ ପାଇଛନ୍ତି। ସେ ହାଇଦ୍ରାବାଦ ବିଶ୍ୱବଦ୍ୟାଳୟ ଇଂରାଜୀ ବିଭାଗର ପ୍ରଫେସର ଓ ମୁଖ୍ୟ ରହିଥିଲେ। ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସେ ହେଉଛନ୍ତି ପୂର୍ବତନ କୁଳପତି। ସଚ୍ଚିଦାନନ୍ଦ ମହାନ୍ତି ଏବେ ଚଣ୍ଡିଗଡ ସ୍ଥିତ ପଞ୍ଜାବ ବିଶ୍ୱବିଦ୍ୟାଳୟ ଶ୍ରୀ ଅବରିନ୍ଦ ଚେୟାରର ପ୍ରଫେସର ଅଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button