Breaking PLUSଦେଶ ବିଦେଶବାଣିଜ୍ୟମୁଖ୍ୟ ଖବରସ୍ୱତନ୍ତ୍ର

ପ୍ରତିଦିନ ସଞ୍ଜୟ କରନ୍ତୁ 20 ଟଙ୍କା, ଏବଂ ବନନ୍ତୁ କରୋଡପତି

କିପରି ବନିବେ ଧନୀ, ଜାଣନ୍ତୁ

ଧନୀ ହେବାକୁ କାହାର ବା ଇଚ୍ଛା ନଥାଏ । ଭଲ ଘର ସାଙ୍ଗକୁ ଗାଡିମୋଟର, ବିଳାସମୟ ଜୀବନଯାପନ ପ୍ରାୟ ଅଧିକାଂଶ ଲୋକ ସ୍ବପ୍ନ ଦେଖନ୍ତି । ମାତ୍ର ଏହାକୁ ସାକାର କରିବା ପାଇଁ ପରିଶ୍ରମ କରିବାକୁ ପଡିଥାଏ । ତେବେ ଆଜି ଆମେ ଆପଣଙ୍କୁ ସଞ୍ଚୟ କରିବାର କିଛି ଉପାୟ ବତାଇବା ଯାହା ଆପଣଙ୍କୁ କୋଟିପତି କରିଦେବ ।
ପ୍ରତିଦିନ ସଞ୍ଜୟ କରନ୍ତୁ 20 ଟଙ୍କା, ଏବଂ ବନନ୍ତୁ କୋଟିପତି । ଆପଣ କିଛି କିଛି ଟଙ୍କା ସଞ୍ଚୟ କଲେ କୋଟିପତି ହୋଇପାରିବେ । ମ୍ୟୁଚୁଆଲ ପଣ୍ଡରେ ଆପଣ କିଛି ପୁଞ୍ଜି ଲଗାଇ ପାରିବେ । ଏବଂ ନିଜ ଲକ୍ଷ୍ୟ ହାସଲ କରିପାରିବେ । ଆପଣ ମ୍ୟୁଚୁଆଲ ଫଣ୍ଡର ସବୁଠାରୁ ଲୋକପ୍ରିୟ ତରିକା ଏସଆଇପିରେ ନିଜ ପୁଞ୍ଜି ନିବେଶ କରିପାରିବେ ।ଏବଂ ଏହାର ରିଟର୍ଣ୍ଣରେ ଆପଣ ମୋଟା ଅଙ୍କ ପାଇପାରିବେ । ଯଦି କେହି 20 ବର୍ଷର ବ୍ୟକ୍ତି ଦିନକୁ 20 ଟଙ୍କା ସଞ୍ଜ କରେ ତେବେ ଏହା ମାସକରେ 6ଶହ ଟଙ୍କା ହୋଇଥାଏ । ଏବଂ ଏହି 6ଶହ ଟଙ୍କାକୁ ପ୍ରତିମାସରେ ମ୍ୟୁଚୁଆଲ ଫଣ୍ଡରେ ନିବେଶ କଲେ କୋଟିପତି ହୋଇପାରିବେ । କୋଟିପତି ହେବାକୁ ହେଲେ ସମ୍ପୃକ୍ତ ବ୍ୟକ୍ତିକୁ 40 ବର୍ଷ ବୟସ ଅଥବା 480 ମାସ ପର୍ଯ୍ୟନ୍ତ ପ୍ରତିମାସର 6ଶହ ଟଙ୍କା ସଞ୍ଜୟ କରିବାକୁ ପଡିବ । ଏହାଦ୍ବାରା ଜଣେ ବ୍ୟକ୍ତି ଏହି ଅବଧି ମଧ୍ୟରେ ପ୍ରାୟ 2.88 ଲକ୍ଷ ଟଙ୍କା ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବ । ଏହି ନିବେଶ ଉପରେ 15 % ସୁଧ ହିସାବରେ 40 ବର୍ଷ ବୟସରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିବେଶ ଉପରେ 1.86 କୋଟି ଟଙ୍କା ମିଳିବ । ମ୍ୟୁଚୁଆଲ ଫଣ୍ଡ ଦୀର୍ଘ ଅବଧି ଧରି ନିବେଶ ବେଶ୍ ଫାଇଦା ଦେଇଥାଏ । ଗତ 25 ବର୍ଷରେ ମ୍ୟୁଚୁଆଲ ଫଣ୍ଡରେ ବେଶ୍‌ ଭଲ ରିଟର୍ଣ୍ଣସ ଆସିଛି । କିଛି ନିବେଶ ଉପରେ ରିଟର୍ଣ୍ଣସ ବର୍ଷକୁ 20 ପ୍ରତିଶତ ଆସିଛି । ତେବେ ଟଙ୍କା ନିବେଶ ପୂର୍ବରୁ ନିଜର ମାର୍କେଟିଂ ମ୍ୟାନେଜରଙ୍କ ଠାରୁ ପରାମର୍ଶ ନିଅନ୍ତୁ ।….

Show More

Related Articles

Back to top button