Breaking PLUSଓଡ଼ିଶାମୁଖ୍ୟ ଖବରସ୍ୱତନ୍ତ୍ରସ୍ୱାସ୍ଥ୍ୟ

ଡେଙ୍ଗୁ ଜ୍ୱରର ରାମବାଣ, ଖାଆନ୍ତୁ ଏହି ସବୁ ଜିନିଷ

ଟ୍ୱିନିଟିରେ ଡେଙ୍ଗୁ ଭୟ

ସାରା ରାଜ୍ୟରେ ଏବେ ମାଡିଚାଲିଛି ଡେଙ୍ଗୁ । ଖାସ୍ କରି ଟ୍ବିନସିଟି ବାସୀଙ୍କ ପାଇଁ ଏହା ମୁଣ୍ଡବ୍ୟଥାର କାରଣ ପାଲଟିଛି । ଡେଙ୍ଗୁ ଯୋଗୁ ମୁଣ୍ଡବିନ୍ଧା ଓ ପ୍ରବଳ ଜ୍ବର ପରି ଲକ୍ଷଣ ଦେଖାଯାଉଛି । ତେବେ ଡେଙ୍ଗୁର ଚିକିତ୍ସା ସଠିକ୍ ସମୟରେ କରାନଗଲେ ଏହା ଆପଣଙ୍କ ପାଇଁ ମାରାତ୍ମକ ସାବ୍ୟସ୍ତ ହୋଇପାରେ । ଡେଙ୍ଗୁ ଯୋଗୁ ପ୍ଲେଟଲେଟ୍‌ସ ଖସିବାକୁ ଲାଗିଥାଏ । ତେବେ କିଛି ଟିପ୍ସ ମନେ ରଖନ୍ତୁ ଯାହାକୁ ଖାଇଲେ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଫାଇଦା ହୋଇଥାଏ ।

ମୌସୁମୀ ଆରମ୍ଭରୁ ଡେଙ୍ଗୁ ଭୟ ଘାରିଥାଏ । ଡେଙ୍ଗୁ ମଶା କାମୁଡିବାକୁ କାରଣରୁ ହୋଇଥାଏ । ତେବେ ଏହି ସମୟରେ ଖାଦ୍ୟପେୟ ଉପର ବିଶେଷ ଗୁରୁତ୍ବ ଦେବାକୁ ପଡିଥାଏ ।
ମସଲାଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ । ଏହା ଆପଣଙ୍କ ପେଟରେ ଏସିଡ୍ ଜମା କରିଥାଏ । ଏବଂ ଅଲସର ପରି ସମସ୍ୟା ଉପୁଜିଥାଏ । ଏହି କାରଣରୁ ଡେଙ୍ଗୁ ଜ୍ବର ଠିକ୍ ହେବା ପାଇଁ ଦୀର୍ଘ ସମୟ ଲାଗିଯାଇପାରେ ।

କଫି କିମ୍ବା କେଫିନ୍ ସହ ଜଡିତ ସାମଗ୍ରୀ ସେବନ ଠାରୁ ଦୂରେଇ ରୁହନ୍ତୁ । ଏପରିକି ହାଇ୍ରେଟିଙ୍ଗ ଡ୍ରିଙ୍କସ ଠାରୁ ମଧ୍ୟ ଦୂରେଇ ରୁହନ୍ତୁ । ଏହା ଯୋଗୁ ହୃଦସ୍ପନ୍ଦନ ବଢିଥାଏ । ଏପରିକି ଆପଣଙ୍କୁ ଥକାପଣ ଓ ମାଂସପେଶୀଜନିତ ସମସ୍ୟା ଦେଖାଦେଇପାରେ ।
ନନଭେଜ ଖାଦ୍ୟ ଠାରୁ ମଧ୍ୟ ଦୂରେଇ ରୁହନ୍ତୁ । ନନଭେଜ ଖାଦ୍ୟ ପ୍ରସ୍ତୁତିରେ ବହୁଳ ମସଲାର ବ୍ୟବହାର କରାଯାଇଥାଏ । ଯାହାକି ସହଜରେ ହଜମ ହୋଇନଥଏ । ତେଣୁ ଡେଙ୍ଗୁରୋଗୀ ନନଭେଜ ଖାଇବାରୁ ଦୂରେଇ ରୁହନ୍ତୁ ।
ଡେଙ୍ଗୁରେ କଣ ଖାଇବା ଉଚିତ୍
ଡେଙ୍ଗୁ ରୋଗୀ ପ୍ରଚୁର ପରିମାଣର ପଇଡ ପାଣି ପିଅନ୍ତୁ । ଏହା ବେଶ୍ ଫାଇଦା ଦେଇଥାଏ । ପଇଡ ପାଣିରେ ପ୍ରଚୁର ପରିମାଣର ଇଲେକ୍ଟ୍ରୋଲାଇଟ୍ସ ଓ ଜରୁରୀ ପୋଷକ ତତ୍ବ ରହିଥାଏ । ତେଣୁ ଏହା ଶରୀରରେ ପାଣିର ଅଭାବକୁ ଦୂର କରିଥାଏ ।
ଅମୃତଭଣ୍ଡାର ପତ୍ରର ଡେଙ୍ଗୁ ରୋଗୀଙ୍କ ପାଇଁ ବେଶ ହିତକାରୀ । ଅମୃତଭଣ୍ଡାର ପତ୍ରରେ ପପେନ ଓ କାଇମୋପୈପେନ ପରି ଏନଞ୍ଜାଇମ ରହିଛି । ଯାହାକି ଆମର ପଚନ ପ୍ରକ୍ରିୟାରେ ସହଯୋଗ କରିଥାଏ । ଏହା ପେଟ ଫୁଲିବା ପରି ସମସ୍ୟାକୁ ଦୂର କରିଥାଏ । ଏହସହିତ ଏହା ପ୍ଲେଟଲେଟ ବି ବଢାଇଥାଏ । 30 ମିଲିରୁ ଅଧିକ ରସ ପ୍ଲେଟଲେଟ୍ ସଂଖ୍ୟା ବୃଦ୍ଧି କରାଇବାରେ ସାହାଯ୍ୟ କରିଥାଏ ।
କିୱି ଫଳ ଡେଙ୍ଗୁ ରୋଗୀଙ୍କ ପାଇଁ ବେଶ୍ ଉପଯୋଗୀ । କିୱିରେ ପୋଟାସିୟମ ସହିତ ଭିଟାମିନ୍ ଏ ଓ ଭିଟାମିନ୍ ଇ ଭରପୂର ମାତ୍ରାରେ ରହିଛି । ଯାହାକି ଶରୀରରେ ଇଲେକ୍ଟ୍ରୋଲାଇଟ୍ସକୁ ସନ୍ତୁଳିତ ରଖିଥାଏ । ହାଇପରଟେନସନ୍ ଓ ଉଚ୍ଚରକ୍ତଚାପକୁ ମଧ୍ୟ ଆୟତରେ ରଖିଥଏ ଏହି ଫଳ । କିୱିରେ ଭରପୂର ମାତ୍ରାରେ କପର ମଧ୍ୟ ରହିଛି, ଯାହାକି ଶରୀରରେ ଲୋହିତ ରକ୍ତ କଣିକା ତିଆରି କରିଥାଏ । ଫଳରେ ଆମର ଇମ୍ୟୁନିଟି ବୃଦ୍ଧି ପାଇଥାଏ ।…..

Show More

Related Articles

Back to top button