ଦେଶ ବିଦେଶସ୍ୱତନ୍ତ୍ର

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ରେଡ୍

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ରେଡ୍ । ଏଫ୍ବିଆଇ ବା ଫେଡେରାଲ ବ୍ୟୁରୋ ଅଫ୍ ଇନଭେସଟିଗେସନ୍ ପକ୍ଷରୁ ଫ୍ଲୋରିଡା ସ୍ଥିତ ଘର, ଫାର୍ମ ହାଉସ୍ ଓ ରିସୋର୍ଟରେ ରେଡ୍ କରାଯାଉଛି । ହ୍ଵାଇଟ ହାଉସ୍‌ରୁ କାଗଜପତ୍ର ନେଇଥିବା ଅଭିଯୋଗରେ କରାଯାଉଛି ରେଡ୍‌ । ଏନେଇ ନିଜେ ସୂଚନା ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ ।

ଡୋନାଲ୍ଡ ଟ୍ରମ୍ପ ଦେଇଥିବା ସୂଚନା ଅନୁଯାୟୀ, ତାଙ୍କୁ ନଜଣାଇ  FBI ପକ୍ଷରୁଫ୍ଲୋରିଡା ସ୍ଥିତ ପାମ ବିଚ୍‌ରେ ଥିବା ଘରେ ରେଡ୍ କରାଯାଉଛି । ସେ ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ କରୁଥିଲେ ମଧ୍ୟ ରେଡ୍‌ କରାଯାଉଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ , ଏହା ଏକ ଷଡ଼ଯନ୍ତ୍ର ,  ୨୦୨୪ ର୍ନିବାଚନ ନ ଲଢିବା ପାଇଁ । ଆମେରିକା ପାଇଁ ଏହା କଳା ଦିନ । ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କ ସହ ଏପରି ପୂର୍ବରୁ କେବେ ହୋଇନଥିଲା ।

Show More

Related Articles

Back to top button