Breaking PLUSଦୁର୍ଘଟଣାମୁଖ୍ୟ ଖବର

ଭାରସାମ୍ୟ ହରାଇ ରାସ୍ତାରୁ ତଳକୁ ଖସିଲା କାର୍ : ଜଣେ ମୃତ ଜଣେ ଗୁରୁତର

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅଧୀନସ୍ଥ ତଥା କାଂଶବାହାଲ ଫାଣ୍ଡି ଅନ୍ତର୍ଗତ ବିଲେଇଗଡ଼ ନଦୀ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ଗତ ରାତ୍ରିରେ ଏକ ଦ୍ରୁତଗାମୀ ଇନୋଭା କାର୍ ସୁନ୍ଦରଗଡ଼ରୁ ରାଉରକେଲା ପଟେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ବିଜୁ ଏକ୍ସପ୍ରେସ ୱେରୁ ୫୦୦ ମିଟର ତଳକୁ ଖସି ଏକ ଗଛରେ ପିଟି ହୋଇଥିଲା। ରାତ୍ରିରେ ରାଜଗାଙ୍ଗପୁର ଥାନା ପୁଲିସ ଖବର ପାଇ ଆହତଙ୍କୁ ଉଦ୍ଧାର କରିଥିଲା। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇ ରାଉରକେଲାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ମୃତଶରୀରକୁ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯାଇଛି। ଏବେ ପର୍ଯ୍ୟନ୍ତ ଦୁଇ ଯାତ୍ରୀଙ୍କ ପରିଚୟ ମିଳିପାରି ନାହିଁ। ଗାଡ଼ିରେ ଥିବା ହେଲମେଟରୁ ମୃତ ଓ ଗୁରୁତର ଥିବା ବ୍ୟକ୍ତି ସୁନ୍ଦରଗଡ଼ ଏନଟିପିସିର ଅଧିକାରୀ ବୋଲି ଅନୁମାନ କରାଯାଉଛି।

Show More

Related Articles

Back to top button