ଅପରାଧ

ଦୋଷୀ ସାବ୍ୟସ୍ତ ହେଲେ ରାମ ରହିମ

ପୁଣିଥରେ ଦୋଷୀ ସାବ୍ୟସ୍ତ ହେଲେ ଧର୍ମଗୁରୁ ଗୁରମିତ ରାମ ରହିମ । ହରିୟାଣା ସ୍ୱତନ୍ତ୍ର ସିବିଆଇ କୋର୍ଟରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଡେରା ମ୍ୟାନେଜର ରଣଜିତ ସିଂ ହତ୍ୟା ମାମଲାରେ ଗୁରୁମିତଙ୍କ ସମେତ ଅନ୍ୟ ୫ ଜଣ ଆଇପିସି ଧାରା ୩୨୦, ୧୨୦ ବି ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଆସନ୍ତା ଅକ୍ଟୋବର ୧୨ ରେ ସମସ୍ତ ଦୋଷୀଙ୍କୁ ଦଣ୍ଡ ଘୋଷଣା କରାଯିବ ।

 

ରାମ ରହିମଙ୍କ ସମର୍ଥକ ରଞ୍ଜିତ ସିଂଙ୍କୁ ଜୁଲାଇ ୧୦, ୨୦୦୨ ରେ ହତ୍ୟା କରାଯାଇଥିଲା । ଡିସେମ୍ବର ୩, ୨୦୦୩ ରେ ସିବିଆଇ ହତ୍ୟା ମାମଲାରେ ଏଫଆଇଆର ପଞ୍ଜିକରଣ କରିଥିଲା । ଗୁରୁମିତ ରାମ ରହୀମ ସିଂ ତାଙ୍କର ଦୁଇଜଣ ମହିଳା ଶିଷ୍ୟଙ୍କ ବଳାତ୍କାର ମାମଲାରେ ୨୦ ବର୍ଷ ଜେଲ ଦଣ୍ଡ ଭୋଗୁଛନ୍ତି । ଅଗଷ୍ଟ ୨୦୧୭ ରେ ପଞ୍ଚକୁଲାର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।

Show More

Related Articles

Back to top button