ମୁଖ୍ୟ ଖବରରାଜନୀତି

ପ୍ରକାଶ ପାଇବ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ଚିଠା ତାଲିକା

ଆଜି ପ୍ରକାଶ ପାଇବ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ଚିଠା ତାଲିକା । କେଉଁ ଆସନ କାହା ପାଇଁ ସଂରକ୍ଷଣ ରହିବ ସେନେଇ ଜିଲ୍ଲା ସ୍ତରରେ ଚିଠା ତାଲିକା ପ୍ରକାଶ ପାଉଛି । ୱାର୍ଡ଼ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ବ୍ଲକ ଚେୟାରମ୍ୟାନ ଓ ଜିଲ୍ଲା ପରିଷଦ ସଦସ୍ୟଙ୍କ ସଂରକ୍ଷଣ ଲାଗି ଏହି ଚିଠା ତାଲିକା ପ୍ରକାଶ ପାଉଛି । ତେବେ ୱାର୍ଡ଼ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ବ୍ଲକ ଚେୟାରମ୍ୟାନ ପାଇଁ ଯଦି କିଏ ଚାହିଁବେ ୧୬ ତାରିଖରେ ଆପତ୍ତି କରିପାରିବେ । ୨୧ ତାରିଖ ସୁଦ୍ଧା ଜିଲ୍ଲାପାଳଙ୍କ ଆପତି ଅଭିଯୋଗର ଶୁଣାଣି କରି ସମାଧାନ କରାଯିବ । ୨୬ ତାରିଖରେ ଚୁଡ଼ାନ୍ତ ତାଲିକା ପ୍ରକାଶ ପାଇବ ।

ସେହିପରି ଜିଲ୍ଲା ପରିଷଦ ସଦସ୍ୟ ସଂରକ୍ଷଣ ପାଇଁ ଆପତ୍ତି ଥିଲେ ୧୮ ତାରିଖ ସୁଦ୍ଧା ଅଭିଯୋଗ କରିପାରିବେ । ୨୨ ତାରିଖରେ ଶୁଣାଣି କରାଯାଇ ଜିଲ୍ଲାପାଳଙ୍କ ଦ୍ୱାରା ସମାଧାନ କରାଯିବ । ୨୯ ତାରିଖରେ ସରକାରଙ୍କ ଅନୁମୋଦନ ନିଆଯାଇ ୩୦ ତାରିଖରେ ଚୁଡ଼ାନ୍ତ ତାଲିକା ପ୍ରକାଶ ପାଇବ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ପାଇଁ ୧୬ ତାରିଖରେ ସଂରକ୍ଷଣ ଚିଠା ପ୍ରକାଶ ହେବ । ୩୦ ତାରିଖ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରି ରାଜ୍ୟ ନିର୍ବାଚନ କମିଶନଙ୍କୁ ଦିଆଯିବ । ସଠିକ ସମୟରେ ନିର୍ବାଚନ ହେବା ନେଇ ସୂଚନା ଦେଇଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ।

Show More

Related Articles

Back to top button