ଦେଶ ବିଦେଶ

ପ୍ରୋ. ଯୋଗେଶ ସିଂହ ଦିଲ୍ଲୀ ବିଶ୍ବବିଦ୍ୟାଳୟର କୁଳପତି ନିଯୁକ୍ତ

ଦିଲ୍ଲୀ ବିଶ୍ବବିଦ୍ୟାଳକୁ ନୂଆ କୁଳପତି ମିଳିଛନ୍ତି। ପ୍ରୋଫେସର ଯୋଗେଶ ସିଂହ ଦିଲ୍ଲୀ ବିଶ୍ବବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି।

ପ୍ରୋ ସିଂହ ଦିଲ୍ଲୀ ଟେକ୍ନୋଲୋଜିକାଲ ୟୁନିଭର୍ସିଟିରେ ଭିସି ଥିଲେ। ଡିୟୁରେ ନୂଆ ଭିସି ନିଯୁକ୍ତ ନେଇ ବୁଧବାର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ଦୁଇ ଜଣ କୁଳପତିଙ୍କ ନିଯୁକ୍ତି ଉପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ଲଗାଇଛନ୍ତି। ଯୋଗେଶ ସିଂହ ଡିୟୁ ଏବଂ ନୀଳିମା ଗୁପ୍ତାଙ୍କୁ ଡ. ହରି ସିଂହ ଗୌର ବିଶ୍ବବିଦ୍ୟାଳୟ, ସାଗର (ମଧ୍ୟପ୍ରଦେଶ)ର କୁଳପତି ଭାବେ ନିଯୁକ୍ତ କରାଯାଇଛି ।

ନୀଳିମା ଗୁପ୍ତା ଏହା ପୂର୍ବରୁ ତୀଳକା ମାଞ୍ଝୀ ଭାଗଲପୁର ବିଶ୍ବବିଦ୍ୟାଳୟର ଭିସି ଥିଲେ। ତେବେ ଡିୟୁ ଭିସି ପାଇଁ ଅନେକ ନାମକୁ ନେଇ ଚର୍ଚ୍ଚା ହେଉଥିଲା। ଏଥିରେ ଜେଏନୟୁର ଭିସି ଏମ ଜଜଦୀଶ କୁମାର, ଏଡିଏନ୍‌ ବାଜପାୟୀ ଏବଂ ସଙ୍ଗୀତା ମିଶ୍ରା ଆଦି ନାଁ ସାମିଲ ଥିଲା।

Show More

Related Articles

Back to top button