Breaking PLUSଦେଶମୁଖ୍ୟ ଖବର

ସ୍ୱାମୀ ନିକ ଜୋନସ ଓ ଝିଅ ମାଳତୀ ସହିତ ରାମଲଲାଙ୍କ ଦର୍ଶନ କଲେ ପ୍ରିୟଙ୍କା ଚୋପ୍ରା

ଅଯୋଧ୍ୟା- ଫିଲ୍ମ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସ୍ୱାମୀ ନିକ ଜୋନସ ଓ ଝିଅ ମାଳତୀ ସହିତ ବୁଧବାର ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ରାମଲଲାଙ୍କ ଦର୍ଶନ କରିଛନ୍ତି । ଏହି ଅବସରରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଦସ୍ୟ ଡକ୍ଟର ଅନିଲ ମିଶ୍ର ଓ ପୂଜାରୀ ରାମନାମୀ ପିନ୍ଧାଇ ତାଙ୍କ ସ୍ୱାଗତ କରିଥିଲେ ।
ପ୍ରିୟଙ୍କା ଚୋପ୍ରା ତାଙ୍କ ସ୍ୱାମୀ ଓ ଝିଅ ସହ ମହର୍ଷି ବାଲ୍ମିକୀ ଅନ୍ତର୍ଜାତୀୟ ଏୟାରପୋର୍ଟରେ ଓହ୍ଲାଇଥିଲେ । ଏହି ଅବସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ତାଙ୍କ ଦେଖିବା ପାଇଁ ଫ୍ୟାନ୍ସମାନଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳିଥିଲା । ପ୍ରିୟଙ୍କା ହଳଦିଆ ରଙ୍ଗର ସାଢୀ ପିନ୍ଧିଥିବା ବେଳେ ନିକ ଧଳା ରଙ୍ଗର କୁର୍ତ୍ତା ପାଇଜାମା ପିନ୍ଧିଥିଲେ ।

Show More

Related Articles

Back to top button