Breaking PLUSଦେଶମୁଖ୍ୟ ଖବରରାଜନୀତି

ଲୋକସଭା ନିର୍ବାଚନ-ପ୍ରଥମ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି ଜାରି, ଏପ୍ରିଲ 19ରେ ମତଦାନ

ନୂଆଦିଲ୍ଲୀ- ନିର୍ବାଚନ କମିଶନର ବୁଧବାର ଦିନ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି । ଏହି ପର୍ଯ୍ୟାୟରେ 17ଟି ରାଜ୍ୟ ଓ 4ଟି କେନ୍ଦ୍ର ଶାସିତ ଅଂଚଳର 102ଟି ଆସନ ପାଇଁ ଏପ୍ରିଲ 19ରେ ମତଦାନ ହେବ ।ମାର୍ଚ୍ଚ 27 ଯାଏ ନାମାଙ୍କନ ଦାଖଲ, ମାର୍ଚ୍ଚ 28ରେ ଯାଂଚ ହେବ । ବିହାର ପାଇଁ ଏହି ତାରିଖ ମାର୍ଚ୍ଚ 28 ଓ 30 ରହିଛି ।
ବିଜ୍ଞପ୍ତି ଅନୁସାରେ ଏହି ପର୍ଯ୍ୟାୟରେ ତାମିଲନାଡୁର ସମସ୍ତ 33ଟି ଆସନ, ରାଜସ୍ଥାନର 12, ଉତ୍ତର ପ୍ରଦେଶର 8, ମଧ୍ୟପ୍ରଦେଶର 6, ଉତ୍ତରାଖଣ୍ଡ, ଆସାମ, ମହାରାଷ୍ଟ୍ରର 5-5, ବିହାରର 4ଟି, ପଶ୍ଚିମବଙ୍ଗର 3ଟି, ଅରୁଣାଚଳ ପ୍ରଦେଶ, ମଣିପୁର ଓ ମେଘାଳୟର ସମସ୍ତ 2-2 ଓ ଛତିଶଗଡ, ମିଜୋରାମ, ନାଗାଲାଣ୍ଡ, ସିକିମ, ତ୍ରିପୁରା, ଆଣ୍ଡାମାନ ଓ ନିକୋବର ଦୀପପୁଂଜ, ଜମ୍ମୁ ଓ କଶ୍ମୀର, ଲାକ୍ଷାଦ୍ୱୀପ, ପୁଡୁଚେରୀର ଗୋଟିଏ ଗୋଟିଏ ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ହିଁ ଭୋଟ ହେବ ।

Show More

Related Articles

Back to top button