Breaking PLUSଦେଶମୁଖ୍ୟ ଖବର

ଦେଶରେ 45 ପ୍ରତିଶତରୁ ଅଧିକ ଷ୍ଟାର୍ଟ-ଅପର ନେତୃତ୍ୱ ମହିଳା ନେଉଛନ୍ତି-ପିଏମ ମୋଦି

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଷ୍ଟାର୍ଟଅପ୍ ମହାକୁଂଭକୁ ସଂବୋଧିତ କରି କହିଛନ୍ତି ଯେ, 45 ପ୍ରତିଶତରୁ ଅଧିକ ଭାରତୀୟ ଷ୍ଟାର୍ଟଅପର ନେତୃତ୍ୱ ମହିଳା ନେଉଛନ୍ତି । ଆମ ଯୁବଶକ୍ତିଙ୍କ ଅଭିନବ ଭାବନା ଦ୍ୱାରା ପରିଚାଳିତ, ଭାରତର ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଏକ ଅଦ୍ଭୁତପୂର୍ବ ଗତିରେ ଆଗକୁ ବଢୁଛି ।
ବୁଧବାର ଦିନ ନୂଆଦିଲ୍ଲୀର ପ୍ରଗତି ମୈଦାନରେ ଭାରତ ମଣ୍ଡପମ୍ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସାଧାରଣତଃ ବ୍ୟବସାୟିକ ମନ ଭାବୁଛି ଯେ ନିର୍ବାଚନ ନିକଟରେ ଅଛି ଏବଂ ଯେତେବେଳେ ନୂତନ ସରକାର କ୍ଷମତାକୁ ଆସିବ ସେତେବେଳେ ଦେଖାଯିବ। ସେ କହିଛନ୍ତି ଯେ ନିର୍ବାଚନ ଘୋଷଣା କରାଯାଇଛି ତଥାପି ଆପଣ ଏତେ ବଡ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି। ଏହାର ଅର୍ଥ ଆପଣ ଜାଣିଛନ୍ତି ଯେ, ଆସନ୍ତା 5ବର୍ଷରେ କଣ ହେବ । ପ୍ରଧାନମନ୍ତ୍ରୀ ଜୋର ଦେଇ କହିଛନ୍ତି ଯେ, ଆମର ତୃତୀୟ କାର୍ଯ୍ୟକାଳରେ ଭାରତକୁ ବିଶ୍ୱର ସବୁଠୁ ବଡ ଅର୍ଥବ୍ୟବସ୍ଥା କରାଯିବ । ସେ କହିଛନ୍ତି ମୁଁ ଏଠାରେ ଭବିଷ୍ୟତର ଉଦ୍ୟୋଗୀ ଏବଂ ୟୁନିକର୍ଣ୍ଣ ଦେଖୁଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନାମ ନ ନେଇ ପ୍ରଧାନମନ୍ତ୍ରୀ କରିଛନ୍ତି ଯେ ଅନେକ ଲୋକ ଷ୍ଟାର୍ଟଅପ୍ ଆରମ୍ଭ କରନ୍ତି, ରାଜନୀତିରେ ଏହା ବହୁତ ହୋଇଥାଏ ଏବଂ ଏହାକୁ ବାରମ୍ବାର ଆରମ୍ଭ କରିବାକୁ ପଡିଥାଏ । ଆପଣଙ୍କ ଠାରେ ଏବଂ ସେମାନଙ୍କ ମଧ୍ୟରେ ପାର୍ଥକ୍ୟ ହେଉଛି ଆପଣମାନେ ପରୀକ୍ଷାମୂଳକ, ଯଦି ଗୋଟିଏ ଲଞ୍ଚ ହୁଏ ନାହିଁ ତେବେ ତୁମେ ତୁରନ୍ତ ଅନ୍ୟକୁ ଯାଅ ।

Show More

Related Articles

Back to top button