Breaking PLUSଦେଶମୁଖ୍ୟ ଖବର

ଇଡିର ସମନକୁ ଚ୍ୟାଲେଂଜ କରି ହୋଇଥିବା ପିଟିସନ ଉପରେ କେଜରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି

ନୂଆଦିଲ୍ଲୀ- ଦିଲ୍ଲୀ ହାଇକୋର୍ଟ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଇଡିର ସମନକୁ ଚ୍ୟାଲେଂଜ କରି ଦାୟର କରିଥିବା ପିଟିସନ ଉପରେ କୌଣସି ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି । ଜଷ୍ଟିସ ସୁରେଶ କେତଙ୍କ ଅଧ୍ୟକ୍ଷତାରେ ଗଠିତ ବେଂଚ କହିଛନ୍ତି ଯେ, କେଜରିୱାଲଙ୍କୁ କୋର୍ଟରେ ହାଜର ହେବାକୁ ପଡିବ । କୋର୍ଟ ଇଡିକୁ ନୋଟିସ ଜାରି କରି ଦୁଇ ସପ୍ତାହରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପ୍ରିଲ 22ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ଶୁଣାଣି ସମୟରେ କୋର୍ଟ କେଜରିୱାଲଙ୍କୁ କହିଥିଲେ, ଆପଣ ପ୍ରଥମେ ଦେଶର ନାଗରିକ ଅଟନ୍ତି । ଆପଣଙ୍କ ନାମରେ ସମନ ଜାରି ହେଲା ତେବେ ଆପଣଙ୍କୁ ହାଜର ହେବା ଆବଶ୍ୟକ ।

Show More

Related Articles

Back to top button