ଦେଶ ବିଦେଶବାଣିଜ୍ୟ

ମହଙ୍ଗା ହେଲା ଘରୋଇ ଗ୍ୟାସ୍

ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା

ଗ୍ରାହଙ୍କୁ ମହଙ୍ଗା ମାଡ । ଦରଦାମ ବୃଦ୍ଧିରେ ପୁଣି ପେଶିହେବେ ସାଧାରଣ ଜନତା । ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି । ଗ୍ୟାସ୍ ସିଲିଣ୍ଡର ପିଛା ୫୦ଟଙ୍କା ବୃଦ୍ଧି ପାଇଛି । ବର୍ତ୍ତମାନ ଘରୋଇ ଏଲପିଜି ସିଲିଣ୍ଡର ଦିଲ୍ଲୀରେ ୧୦୫୩ ଟଙ୍କାରେ ଉପଲବ୍ଧ ହେବ। ୧୪.୨ କିଲୋଗ୍ରାମ ସିଲିଣ୍ଡର ସହିତ ୫ କିଲୋଗ୍ରାମ ଛୋଟ ଘରୋଇ ସିଲିଣ୍ଡରର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି ।

ଏହାର ମୂଲ୍ୟ ସିଲିଣ୍ଡର ପିଛା ୧୮ ଟଙ୍କା ବୃଦ୍ଧି କରାଯାଇଛି । ଅନ୍ୟପକ୍ଷରେ ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଛି । ଏହାର ମୂଲ୍ୟ ସିଲିଣ୍ଡର ପିଛା ୮.୫୦ ଟଙ୍କା ହ୍ରାସ କରାଯାଇଛି । କିଛି ଦିନ ପୂର୍ବରୁ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଥିଲା ।

Show More

Related Articles

Back to top button