Breaking PLUSଓଡ଼ିଶାମୁଖ୍ୟ ଖବର

NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ଶିବସେନା ?

ସୁପ୍ରିମୋଙ୍କୁ ଚିଠି ଲେଖିଲେ ସାଂସଦ

ପାଖେଇ ଆସୁଛି ରାଷ୍ଟ୍ରପତି ନିର୍ବାଚନ । ଏନ୍‌ଡିଏ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଦ୍ରୌପଦୀ ମୁର୍ମୁ ନିଜ ପକ୍ଷରେ ସମର୍ଥନ ଆଣିବା ପାଇଁ ବିଭିନ୍ନ ଦଳ ସହିତ ଆଲୋଚନା କରୁଛନ୍ତି । ବିଜେପି ମଧ୍ୟ ଦ୍ରୌପଦୀ ସପକ୍ଷରେ ସମର୍ଥନଯୋଗାଡ଼ କରୁଛି । ଏସବୁ ଭିତରେ ଆଉ ଏକ ଖବର ଆସିଛି । ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିପାରେ ଶିବସେନା । ଏନେଇ ଦଳ ସୁପ୍ରିମୋଙ୍କୁ ଏକ ଚିଠି ଲେଖଛନ୍ତି ସାଂସଦ । ମିଳିଥିବା ତଥ୍ୟ ଅନୁସାରେ, ଶିବସେନା ସାଂସଦ ରାହୁଲ ଶିବାଳେ ପୂର୍ବ ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି । ଏହି ଚିଠିରେ ଆସନ୍ତା ୧୮ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଦଳର ସମସ୍ତ ସାଂସଦ ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନ କରନ୍ତୁ । ଦଳର ସମସ୍ତ ସାଂସଦ ଏନ୍‌ଡିଏ ପ୍ରାର୍ଥୀଙ୍କୁ ଭୋଟ୍‌ ଦେବା ପାଇଁ ଉଦ୍ଧବ ଠାକରେଙ୍କୁ ସାଂସଦ ଚିଠି ଲେଖିଛନ୍ତି । ମେଣ୍ଟରୁ ବାହାରି ସ୍ୱତନ୍ତ୍ର ଭାବେ ଦେଶର ହିତ ପାଇଁ ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବାକୁ କହିଛନ୍ତି ।

ଦ୍ରୌପଦୀ ମୁର୍ମୁ ଜଣେ ଆଦିବାସୀ ମହିଳା , ଏବଂ ସାମାଜ ପାଇଁ ତାଙ୍କର ଯୋଗଦାନ ବହୁତ ଅଧିକ ରହିଛି । ସେହିପରି ଚିଠିରେ ସାଂସଦ ଏହି କଥା ମଧ୍ୟ ଉଲ୍ଲେଖ କହିଛନ୍ତି ଯେ, ପୂର୍ବରୁ ଶିବସେନାର ସଂସ୍ଥାପକ ବାଲା ସାହେବ ଠାକରେ ବିଜେପି ସହିତ ମେଣ୍ଟରେ ଥାଇ ମଧ୍ୟ ପ୍ରତିଭା ପାଟିଲଙ୍କୁ ସମର୍ଥନ ଦେଇଥିଲା । କାହିଁକି ନା ସେ ମହାରାଷ୍ଟ୍ରରେ ଥିଲେ । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ମଧ୍ୟ ଶିବସେନା ସମର୍ଥନ କରିଥିଲା । ତେବେ ସୁପ୍ରିମୋଙ୍କୁ ସାଂସଦଙ୍କ ପକ୍ଷରୁ ଏପରି ଚିଠିକୁ ନେଇ ଖୁବଶୀଘ୍ର ଏକ ବୈଠକ ବସିବାକୁ ଯାଉଛି । ଏହି ବୈଠକରେ ରାଷ୍ଟ୍ରପତି ନିର୍ବାଚନରେ ଦଳ କାହାକୁ ସମର୍ଥନ କରିବ। ସେନେଇ ବରିଷ୍ଠ ପଦାଧିକାରୀଙ୍କ ସହିତ ଆଲୋଚନା କରାଯିବ । ବୈଠକରେ ଆଲୋଚନା ପରେ ଦଳ କାହାକୁ ସମର୍ଥନ କରିବ । ସେନେଇ ଦଳ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯିବ ବୋଲି ସୂଚନା ମିଳିଛି ।

Show More

Related Articles

Back to top button