Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ରାଜସ୍ଥାନ ଦିବସର ଶୁଭକାମନା ଜଣାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜସ୍ଥାନ ଦିବସ ଅବସରରେ ଶନିବାର ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । ରାଷ୍ଟ୍ରପତି ଭବନ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ମୁର୍ମୁଙ୍କ ବାର୍ତ୍ତା ସେୟାର କରାଯାଇଛି ।
ରାଷ୍ଟ୍ରପତି ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି ଯେ, ‘ରାଜସ୍ଥାନ ଦିବସ ଅବସରରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା । କ୍ଷେତ୍ରଫଳ ଦୃଷ୍ଟିରୁ ଦେଶର ସବୁଠୁ ବଡ ଏହି ରାଜ୍ୟ ନିଜର ଗୌରବପୂର୍ଣ୍ଣ ପରମ୍ପରା, ଅତିଥି ସତ୍କାର ଓ ଇନ୍ଦ୍ରଧନୁ ସଂସ୍କୃତି ପାଇଁ ପ୍ରସିଦ୍ଧ ଅଟେ ।
ସେ କହିଛନ୍ତି ଯେ, ଏଠାକାର ଲୋକେ ବିଶ୍ୱରେ ନିଜର ଉଦ୍ୟମଶୀଳତାର ପରିଚୟ ସ୍ଥାପନ କରିଛନ୍ତି । ମୋର କାମନା ନିଜର ସ୍ୱତନ୍ତ୍ର ପରିଚୟ ବଜାୟ ରଖି ଏଠାକାର ବାସିନ୍ଦା ଦେଶର ପ୍ରଗତିରେ ଅମୂଲ୍ୟ ଯୋଗଦାନ ଦେଉଛନ୍ତି ।

Show More

Related Articles

Back to top button