ଅପରାଧଆଇନ କାନୁନସ୍ୱତନ୍ତ୍ର

ଗ୍ରାହକ ବେଶରେ ରାଜଧାନୀରେ ପୋଲିସର ବ୍ରାଉନସୁଗାର ଜବତ,୨ ଗିରଫ

ପୁଣି ରାଜଧାନୀରେ ବ୍ରାଉନସୁଗାର ଜବତ । ଗ୍ରାହକ ବେଶରେ ରାଜଧାନୀରେ ୭ ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୋଲିସ। ଏହି ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ, ନୟାପଲ୍ଲୀ ଅଞ୍ଚଳରେ ଡ୍ରଗସ ବିକ୍ରି ବେଳେ, ପୁଲିସ ହାତରେ ଧରା ପଡ଼ିଛନ୍ତି ଦୁଇ ଅଭିଯୁକ୍ତ। ପୁଲିସକୁ ଗ୍ରାହକ ଭାବି ପୁଡ଼ିଆ ଧରାଇଦେଲେ ବେପାରୀ। ଉଭୟଙ୍କ ପାଖରୁ ସାଢେ ୭ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଦୁଇ ଅଭିଯୁକ୍ତ ଏହି ଡ୍ରଗ୍ସ କାରବାରର ମାଷ୍ଟର ମାଇଣ୍ଡଙ୍କ ନାଁ କହିଛନ୍ତି। ମାଷ୍ଟର ମାଇଣ୍ଡକୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ପୁଲିସ ଚଢ଼ାଉ ଜାରି ରଖିଛି ।

Show More

Related Articles

Back to top button