Breaking PLUSଓଡ଼ିଶାଦୁର୍ଘଟଣାମୁଖ୍ୟ ଖବର

ଫୁଟବଲ ମ୍ୟାଚ୍‌ ଚାଲିଥିବା ବେଳେ ଖେଳ ପଡ଼ିଆରେ ହେଲା ବଜ୍ରପାତ

ବାରିପଦା : ଫୁଟବଲ ମ୍ୟାଚ୍‌ ଚାଲିଥିବା ବେଳେ ଖେଳ ପଡ଼ିଆରେ ହେଲା ବଜ୍ରପାତ । ଫଳରେ ଜଣେ ଦର୍ଶକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି। ଏପରି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାରେ । ଆଜି ଥିଲା ବିଶ୍ୱକର୍ମା ପୂଜା। ପ୍ରତିବର୍ଷ ପରି ଏଥର ବାରିପଦା ସହର ଉପକଣ୍ଠ ଲକ୍ଷ୍ମୀପୋଷୀ ସ୍ଥିତ ରାଜାବସା ପଡ଼ିଆରେ ଚାଲିଥିଲା ଫୁଟ୍‌ବଲ୍‌ ମ୍ୟାଚ୍‌। ଖେଳ ଦେଖିବା ପାଇଁ ଷ୍ଟାଡିୟମ୍‌ରେ ଶତାଧିକ ଲୋକ ରୁଣ୍ଡ ହୋଇଥିଲା। ପଡ଼ିଆ ଭିତରେ ଘମାଘୋଟ୍‌ ଖେଳ ଚାଲିଥିବା ବେଳେ ଅପରାହ୍ନରେ ହଠାତ୍‌ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ପରେ ବର୍ଷା ହେବା ସହିତ ଘଡ଼ିଘଡ଼ି ମଧ୍ୟ ମାରିଥିଲା। ବଜ୍ରପାତରେ ଫୁଟ୍‌ବଲ୍‌ ଖେଳ ଦେଖୁଥିବା ୪ ଦର୍ଶକ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୩ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ସେମାନଙ୍କ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।

Show More

Related Articles

Back to top button